Home Breaking News / ତାଜା ଖବର ଘୁର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ

ଘୁର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର ବ୍ଲକ ନାୟକାଣିଡିଡି ପଞ୍ଚାୟତର ଗତକାଲି ଅପରାହ୍ନରେ ଘୂଣ୍ଣିର୍ଝଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଦିନିଆ ଝଡ ଉଡାଇ ନେଇଛି ଚାଳ ଛପର । ପୁଣି କାହାର ଉଡାଇ ନେଇଛି ଆଜବେଷ୍ଟ ଛପର । ଝଡର ପ୍ରଭାବ ଏତେ ପ୍ରକୋପ ଥିଲା ଯେ ଶହ ଶହ ବର୍ଷ ପୁରୁଣା ଗଛକୁ ଧରାଶାୟୀ କରିଛି । ବିଦ୍ୟୁତ ଖୁଣ୍ଟ ମାଟି ଗଡୁଛି । ନାୟକାଣିଡିହିର ଲକ୍ଷ୍ମୀନାରାୟଣ ନାୟକ ଏକ ବଡ ଗୁମୁଟିକୁ ଉଡାଇ ନେଇ ମେଳନ ପୋଖରୀରେ ପକାଇ ଦେଇଛି । ଏହି ଗୁମୁଟିରେ ରାସନ ଦୋକାନ ହୋଇଥିଲା । ବାବୁଲା ନାୟକ ବିହନ ଭାର ନେଇ ଯାଉଥିବା ସମୟରେ ଗଛ ଡାଳ ଭାଙ୍ଗି ପଡିବାରୁ ଗୁରୁତର ଆହତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାର ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୩୦ ରୁ ଘର ଛପର ଉଡାଇ ନେଇଛି । ବର୍ଷା ଲାଗି ରହିଥିବାରୁ ଲୋକମାନେ ଘର ଉପରେ ପଲଥିନ୍ ପକାଉଛନ୍ତି । ବଡ ଗଛ ଉପୁଡ଼ି ପଡିଥିବାରୁ ନାୟକାଣିଡିହି – ବାଲିଆପାଳ ଘାଟ ରାସ୍ତାର ଗାଡି ଚଳାଚଳ ବନ୍ଦ ହୋଇ ଯାଇଛି ।

related posts

Leave a Comment