Share with
ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ଳକ ପକ୍ଷରୁ ୮ଟି ପଞ୍ଚାୟତର ଦିବ୍ୟାଙ୍ଗ ଲୋକମାନଙ୍କୁ ଚିହ୍ନଟ କରି ଆବଶ୍ୟକ ପ୍ରକାରେ ଆଶାବାଡି ,ତିନି ଚକିଆ ସାଇକଲ, ହୁଇଲ ଚେୟାର,ଶ୍ରବଣ ଯନ୍ତ୍ର, ଆଦି ବିଭିନ୍ନ ସରଞ୍ଜାମ ମାନ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ଜିଉଦୟଗିରି ବିଡ଼ିଓ ବିଜୟ ପ୍ରଧାନ,ବ୍ଲକଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଗିତା ବେହେରା ଙ୍କ ସମେତ ଅନ୍ତରଙ୍ଗ ଯୁବ ସଂଘର ସଦସ୍ୟମାନେ ଉପସ୍ଥିତ ରହି ପ୍ରାୟ ୮୮ଜଣ ବିବ୍ୟାଙ୍ଗ ଶିଶୁ,ବୁଦ୍ଧବୃଦ୍ଧା, ପ୍ରମୁଖଙ୍କୁ ଉପକରଣ ପ୍ରଦାନ କରିଥିଲେ ।
ଫଳରେ ବିବ୍ୟାଙ୍ଗମାନେ ମାଗଣାରେ ଉପକରଣ ପାଇ ବେଶ ଖୁସି ଅନୁଭବ କରିବା ସହ ବ୍ଲକ୍ ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ, ‘ଅନ୍ତରଙ୍ଗ ଯୁବକମାନେ ଉପସ୍ଥିତ ରହି ବିବ୍ୟାଙ୍ଗମାନଙ୍କୁ ସହଯୋଗ କରିଥିଲେ ।