କାଶୀନଗର(ପ୍ରଶାନ୍ତ ସାହୁ) ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ। କିନ୍ତୁ ବିକାଶର ନାଆ ଧରୁନି ଏନ୍.ଏ.ସିର ମୁଖ୍ୟ ଯାଗା ଗୁଡିକ ବଡ଼ବଡ଼ିଆ ଙ୍କ ଜବତରେ ରହି ଭଡାରେ ଲାଗିଛି।ସମଗ୍ର ରାଜ୍ୟରେ ସରକାର ନଗର ଗୁଡିକ ସୌନ୍ଦର୍ଯ୍ୟ କରଣ ନିମନ୍ତେ ଜବରଦଖଲ ହଟାଯାଇଛି l ବଡ଼ବଡ଼ ଅଟାଳିକା ଭଙ୍ଗା ଯାଇଛି, କିନ୍ତୁ ଦୀର୍ଘ 45 ବର୍ଷ ହେଲାଣି ସରକାରୀ ଯାଗାସବୁ ଜବର ଦଖଲ ରଖି କେତେକେତେ ବ୍ୟକ୍ତି ହାତରୁ ବିକ୍ରି ମଧ୍ୟ ହେଉଛି l କିନ୍ତୁ ପ୍ରଶାସନ କିମ୍ବା ପରିଷଦ ମଧ୍ୟ ଏଦିଗରେ ଧ୍ୟାନ ଦେଇନାହିଁ l ମୁଖ୍ୟ ରାସ୍ତା ଅବରୋଧ ଯାନବାହାନ ଯାତାୟାତ ନିମନ୍ତେ ବହୁ ଅସୁବିଧା ହେଉଛି ଓ ଦୁର୍ଘଟଣା ଘଟୁଛି l କାଶୀନଗରରେ ଯାଗାଅଭାବ ରେ ବହୁ କାର୍ଯ୍ୟାଳୟ ଗୁଡିକ ଏଠାରୁ 10କିମି ନିଛାଟିଆ ପଲ୍ଲି ଅଞ୍ଚଳରେ କରାଯାଇଛି l କାଶୀନଗର ରେ ପ୍ରତି ୱାର୍ଡରେ ଅଙ୍ଗନବାଡିକେନ୍ଦ୍ର ନିର୍ମାଣ କରିବାକୁ ଯାଗା ନାହିଁ l ମହିଳା କେନ୍ଦ୍ରସଭା ଗୃହ ନିମନ୍ତେ “ଗୋଷ୍ଠୀ ଗୃହ ” ନିର୍ମାଣ ହୋଇପାରି ନାହିଁ l କାଶୀନଗର ମୁଖ୍ୟ ରାସ୍ତା ଅବିରୋଧ ମୁଖ୍ୟ ରାସ୍ତା ପଟେଲ ରୋଡ଼ ଓ ଫୋରେଷ୍ଟ ଛକ ରାସ୍ତା ନିକଟରେ ଦୋକାନ ଗୁଡିକ ଡ୍ରେନ ନିର୍ମାଣ ନିମନ୍ତେ ଉଚ୍ଛେଦ କରାଗଲା ସେହି ଦୋକାନୀ ମାନଙ୍କୁ ଗୃହ ନିର୍ମାଣ କରି ଦିଆଯିବାକୁ ପ୍ରତିଶୁତି ଦିଆଯାଇଛି l ଡ୍ରେନ ନିର୍ମାଣ ହୋଇସାରିଲା ପରେ ଦୋକାନ ଘର ତିଆରି କରାଯାଇ ଭଡା ଦିଆଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି l ଉକ୍ତ ସ୍ଥାନ ରୁ ଦୋକାନ ଗୁଡିକ ଉଠାଯାଇ ପାଖରେ ନିର୍ମାଣ ଧୀନ ଡ୍ରେନ ଉପରେ ଥାଇଥାନ କରାଯାଇଛି l ଉଛେଦ ହେବା ନିଷ୍ପତି ଭିତରେ ଦୁଇ ଜଣ ଜିଲ୍ଲାପାଳ ତିନି ଜଣ ତହସିଲଦାର ଉଦ୍ୟମ କରି ବଦଳିହୋଇ ଯାଇଛନ୍ତି କିନ୍ତୁ ଯେଉଁ ଅବରୋଧ କୁ ସେଇ ଅବରୋଧ ରେ ରହିଛି କାଶୀନଗର ଏନ ଏ ସି l କାଶୀନଗର ସଚେତନା ନାଗରିକ ଉଦ୍ୟମ ପ୍ରଶାସନ ର ଦୃଷ୍ଟି ଆକର୍ଷଣ ଉଦ୍ୟମ କରି ମଧ୍ୟ ଫଳ ପାଇପାରିଲେ ନାହିଁ କାଉନସିଲ ବୈଠକ ରେ ନିଷ୍ପତି ହେବାପରେ ନିର୍ବାଚନ ଆଳ ରେ, ବର୍ତ୍ତମାନ କରଣା ବେଳେ ଉଚ୍ଛେଦ ନିମନ୍ତେ ଉଚ୍ଛେଦ କରାଯାଉନାହିଁ l ଏ ନେଇ କାଶୀନଗର ଉଠା ଦୋକାନୀ ସଂଘ ର ସଭାପତି ପ୍ରଫୁଲ୍ଲ କୁମାର ପାଢ଼ୀ, M ତିରୁପତି ଏଭଳି ଅନେକ ଉଠା ଦୋକାନୀ ମାନେ ଜୀବନ ଜୀବିକା ପାଇଁ ଉକ୍ତ ସ୍ଥଳ ରେ ଗୃହ ନିର୍ମାଣ କରି ଦିଆଯିବାକୁ ଦାବି କରିଛନ୍ତି l ଏହାକୁ କୌଣସି ଦଳୀୟ ରାଜନୀତି କରି କାହା ଜୀବନ ସହିତ ଖେଳିବା ଉଚିତ ନୁହେଁ ବୋଲି m ତିରୁପତି ରାଓ ଅଭିଯୋଗ କରିଛନ୍ତି l କାଶୀନଗର NAC ର ପୂର୍ବତନ କାଉନସିଲର m ପ୍ରବୀଣ କୁମାର କହିଛନ୍ତି ଯେ ସାରା ଓଡିଶା ରେ ଟ୍ରାଫିକ ସମସ୍ୟା ପାଇଁ ବଢୁଥିବା ବେଳେ ପ୍ରତ୍ୟେକ ଗ୍ରାମ ରେ ରାସ୍ତା ଚଉଡ଼ା କରିବା ପାଇଁ NAC ଓ ହାଇୱେ ରେ ଉଚ୍ଛେଦ କରାଯାଉଥିବା ବେଳେ କାଶୀନଗର NAC ରେ ଉଠା ଦୋକାନ ଗୁଡିକ ଉଚ୍ଛେଦ କରି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାପାଇଁ ଟେଂଡର ବାହାର କରି ଦୋକାନ ଗୃହ ନିର୍ମାଣ କରିବାପାଇଁ ସୁଯୋଗ ଦେଉଛି ଏହାକୁ ନେଇ ବିରୋଧ କରି ରାଜସ୍ୱ ବିଭାଗ ଓ ଅଦାଲତ ର ଦ୍ୱାରସ୍ତ ହୋଇଥିବା ସୂଚନା ଦେଇଛନ୍ତି l ଏହି ବିଷୟ ରେ କାଶୀନଗର NAC ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମତାମତ ମାଗିବାରୁ ଆମପାଖକୁ କୌଣସି ଚି଼ଠି ଆସିନାହିଁ NAC ର ଜାଗାରେ ରାଜସ୍ୱ ପାଇବା ପାଇଁ ଯେକୌଣସି ଉନ୍ନୟନ କାର୍ଯ୍ୟ କରାଯାଇପାରିବ ଓ ନିଶ୍ଚିତ ଭାବେ ସେଠାରେ ଦୋକାନ ଗୃହ ଅଳ୍ପ ଦିନ ମଧ୍ୟ ରେ ନିର୍ମାଣ କରାଯିବ।
କାଶୀନଗର ଏନ୍.ଏ.ସି ଜବର ଦଖଲ ଉଚ୍ଛେଦ ଏକ ପ୍ରହସନ
Share with
previous post