ରାୟଗଡା(ଧନେଶ୍ବର ରାଉତ): ଝସ ବିନା ଜୀବନ ଭଳି ପାଣି ବିନା କୃଷି ସମ୍ଭବ ନୁହେଁ। ଚଳିତ ବର୍ଷ ଜମାରୁ ଗୋଟିଏ କିମ୍ବା ୨ ଦିନ ମାତ୍ର ମୌସୁମୀ ବର୍ଷା ହୋଇଥିବା କାରଣରୁ ଚାଷୀ କୁଳ ଏବେ ଚିନ୍ତାରେ। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ହେଇଥିବା ଯୋଗୁଁ ଜଳସେଚନର ଅସୁବିଧା ଯୋଗୁଁ ଧାନ ରୁଆ ହେଇପାରୁନି ବୋଲି ଚାଷୀ କହିଛନ୍ତି । ଚଳିତ ବର୍ଷ ଜୁନ ମାସରେ ମାତ୍ର ୩୫℅ ବୃଷ୍ଟି ଜୁଲାଇ ମାସରେ ୨୭℅ ଅଗସ୍ଟ ମାସରେ ୫୫ ℅ ସ୍ୱଳ୍ପ ବୃଷ୍ଟି ହେଇଥିବା ଜିଲ୍ଲା ପାଣିପାଗ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁଃଶାସନ ପ୍ରହରାଜ ଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ମାତ୍ର ୫୪℅ ପ୍ରତିଶତ ଧାନ ରୁଆ ହେଇଥିବା ବେଳେ ବଳକା ଜମିରେ ରୁଆ ହେଇପାରିବା କଷ୍ଟକର ବୋଲି ଜଣା ପଡ଼ିଛି। ଜିଲ୍ଲାର ଏଗାରଟି ବ୍ଲକ ମଧ୍ୟରେ କଲ୍ୟାଣସିଙ୍ଘପୁର, ବିସମକଟକ, ମୁନିଗୁଡା, ଚନ୍ଦ୍ରପୁର, କୋଲନରା, ରାମନଗୁଡା ବ୍ଲକ ମାନଙ୍କରେ ବହୁତ କମ ରୁଆ ହେଇଛି ବୋଲି କୃଷି ବିଭାଗର ସୂଚନା। ଅଣ ଧାନ ଚାଷ ପାଇଁ କୌଣସି ଅସୁବିଧା ନାହିଁ କପା, କାନ୍ଦୁଲ, ମାଣ୍ଡିଆ ପାଇଁ ଅସୁବିଧା ନାହିଁ ବୋଲି ଜଣାପଡିଛି। ଜିଲ୍ଲାରେ ସର୍ବମୋଟ ୧୯୩୫୦୪ ହେକ୍ଟର ଜମି ଚାଷ ହେଉଥିବା ବେଳେ ୬୩୯୬୩ ହେକ୍ଟର ଖରିଫ ଓ ୨୩୯୨୩ ହେକ୍ଟର ରବି ଫସଲ ର ଯୋଜନା ରହିଥିବା ବେଳେ ଚଳିତ ବର୍ଷ ଲକ୍ଷ ପୂରଣ ହେଇ ପରିବା କଷ୍ଟକର ବୋଲି ଜଣା ପଡ଼ିଛି। ଚାଷୀଙ୍କ ଦୁଃଖ ଦୁର କରିବାକୁ ସରକାର ଅଧିକ ଜଳ ସେଚନ କରିବା ସୁବିଧା କରାଯାଇ ଚାଷ ହୋଇନପାରିବା ଚାଷୀଙ୍କୁ କ୍ଷତିପୂରଣ ଦିଆଗଲେ ଅସୁବିଧାରୁ ମୁକୁଳି ପାରନ୍ତା।
ସ୍ୱଳ୍ପ ବୃଷ୍ଟି ଚାଷୀଙ୍କ ଚିନ୍ତାର କାରଣ, ମରୁଡି ହେବାର ସମ୍ଭାବନା
Share with