ବଡମ୍ବା(ଶକ୍ତି ସ୍ୱର ରଣା): କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପମଥୁରା ସରକାରୀ ପ୍ରକଳ୍ପ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ,ଗୋପମଥୁରା ପ୍ରାଙ୍ଗଣରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଗୋପମଥୁରା ଗ୍ରାମ ପଞ୍ଚାୟତର ସମିତିସଭ୍ୟା ପୁଷ୍ପାଞ୍ଜଳି ଜେନା , ମୁଖ୍ୟବକ୍ତା ଭାବେ ବଡ଼ମ୍ବା ହିନ୍ଦ ମଜଦୂର ସଭାର ସଭାପତି ଅଭିମନ୍ୟୁ ସାହୁ, ସମ୍ମାନିତ ଅତିଥି ଭାବେ ବୁଦ୍ଧିସାହୁ ନୋଡାଲ ଉଚ୍ଚ ବିଦ୍ୟାଳୟ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାୟକ ପ୍ରଭୁତି ଉପସ୍ଥିତ ରହି ବିଦ୍ୟାଳୟର ୧୪୩ ଜଣ ଛାତ୍ର ଓ ଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ୧୫ ସୁଦ୍ଧା ସମସ୍ତଙ୍କୁ ପୋଷାକ ଦିଆଯିବାପାଇଁ ନିର୍ଦ୍ଦେଷ ଥିଲାବେଳେ ସମୟ ପୂର୍ବରୁ ପିଲାମାନଙ୍କୁ ପୋଷାକ ଦିଆ ଯାଇଥିବାରୁ ପିଲାମନେ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ରାଉତ ,ସୁଚିସ୍ମିତା ଡାଳୁଆ,ଓ କ୍ରୀଡ଼ା ଶିକ୍ଷକ ସୁରେଶ୍ଵର ପ୍ରଧାନ ଉପସ୍ଥିତ ରହି ପୋଷାକ ବଣ୍ଟନରେ ସଂପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ସର୍ବଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
ବଡମ୍ବା ବ୍ଲକ ଗୋପମଥୁରା ସ୍କୁଲରେ ପୋଷାକ ବଣ୍ଟନ କାଯ୍ୟକ୍ରମ
Share with
previous post