Home Breaking News / ତାଜା ଖବର ଟ୍ରେନରେ କଟି ଯୁବକ ମୃତ

ଟ୍ରେନରେ କଟି ଯୁବକ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୟୁରଭଞ୍ଜ(ଅବିନାଶ ମହାନ୍ତି): ଟ୍ରେନରେ କଟି ଯୁବକ ମୃତ। ମୃତ ଯୁବକ ଜଣକ ସ୍ଥାନୀୟ ସୁନଗଡ଼ିଆ ଅଂଚଳର 22 ବର୍ଷୀୟ ରବୀନ୍ଦ୍ର ସିଂ ବୋଲି ଜଣାପଡିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ରବୀନ୍ଦ୍ର ଆଜି ସକାଳୁ ଘରୁ ଚାଲି ଆସିଥିବା ବେଳେ ସ୍ଥାନୀୟ ଲୋକେ ତାର ମୃତଦେହ ଦେଖି ଘରକୁ ଖବର ଦେଇଥିଲେ। ଘଟଣାଟି ଷ୍ଟେସନ ବଜାର ନିକଟରେ ଘଟିଛି। ସକାଳେ ରୂପସା ପଟକୁ ଯାଇଥିବା ଟ୍ରେନରେ ଧକ୍କା ହୋଇଥିବା ଅନୁମାନ କରାଯାଉଛି। ପରେ ଖବରପାଇ ଜିଆରପି ପୋଲିସ ଏବଂ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ ସହ ମୃତଦେହ ଜବତ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ମିଳିଥିବା ସୂଚନାରୁ ଜଣାପଡିଛି।

related posts

Leave a Comment