Share with
ଟୋକିଓ ଅଲିମ୍ପିକ୍ସରୁ କାଂସ୍ୟ ପଦକ ଜିତି ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳକୁ ଆଜି କେନ୍ଦ୍ର କ୍ରୀଡା ବିଭାଗ ବିପୁଳ ସ୍ୱାଗତ କରିବା ସହ କେକ୍ କାଟି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଅଲିମ୍ପିକ୍ସ ପଦକ ବିଜେତା ଖେଳାଳି ଦେଶବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ଶେଷ ଥର ପାଇଁ ଭାରତ ୧୯୮୦ ମସିହା ମସ୍କୋ ଅଲିମ୍ପିକ୍ସରେ ସୁନା ପଦକ ଜିତିଥିଲା ।