Share with
ଦେଶରେ ପହଁଚିବା ପରେ , ଆଜି ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କୁ ଦିଲ୍ଲୀରେ ସଂବର୍ଧିତ କରିଛି କେନ୍ଦ୍ର କ୍ରୀଡାମନ୍ତ୍ରାଳୟ । ଦିଲ୍ଲୀର ହୋଟେଲ ଅଶୋକାରେ ଆୟୋଜିତ ସଂବର୍ଧନା ଉତ୍ସବରେ ମହିଳାବକ୍ସିରେ ଦେଶ ପାଇଁ ବ୍ରୋଂଜ ଜିତିଥିବା ଲଭଲିନା ବୋରଗୋହେଁଙ୍କୁ ସଂବର୍ଧିତ କରାଯାଇଥିଲା । ଏହି ଅବସରରେ ଲଭଲିନା ସାରା ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଟୋକିଓର ସଫଳତା ପରେ ଆଗାମୀ ଟାର୍ଗେଟ୍ ପ୍ୟାରିସ ଅଲିମ୍ପିକ୍ସ ବୋଲି ସେ କହିଛନ୍ତି । ପ୍ୟାରିସରେ ଦେଶ ପାଇଁ ସୁନା ଜିତିବାର ଆଶା ରହିଛି ବୋଲି କହିଛନ୍ତି ଲଭଲିନା ।