Home Breaking News / ତାଜା ଖବର କନ୍ଧମାଳ ପଣସ ଚିପସର ଚାହିଦା ବଢୁଛି

କନ୍ଧମାଳ ପଣସ ଚିପସର ଚାହିଦା ବଢୁଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଗଛ ରହିଛି ହେଲେ ପଣସ ସମୟରେ ଏହାର ବାହାରକୁ ରପ୍ତାନି କରାଯାଇ ପାରୁନଥିବାରୁ ଏହାର କୈାଣସି ମୂଲ୍ୟ ମିଳିପାରୁ ନାହିଁ। ଗଛଗୁଡ଼ିକରେ ପ୍ରଚୁର ପରିମାଣର ଫଳୁଥିଲେ ସୁଧା ବାହାରକୁ ପଠେଇ ପାରୁ ନଥିବାରୁ ପଣସ ଗଛ ଥିବା ଲୋକମାନେ ପଇସାଟିଏ ନପାଇ ଦୁଃଖରେ ଭାଙ୍ଗି ପଡ଼ୁଥିଲେ। ଏହି ସମୟରେ ଗୁଡ଼ ସମରିଟାନ, କନ୍ଧମାଳ ତରଫରୁ ଆଦିବାସୀ ତଥା ଅନ୍ୟ ପାରମ୍ପରିକ ବନବାସୀ ମହିଳା ମାନଙ୍କୁ ପଣସ ଚିପ୍ସ୍ ତିଆରି ତାଲିମ୍ ଦେବା ସହିତ ସେମାନଙ୍କଆର୍ଥିକ ମାନଦଣ୍ଡ ସୁଦୃଢ କରିବା ପାଇଁ କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ, କତିଙ୍ଗିଆ ଓ ଗ୍ରେସିଙ୍ଗିଆ, କ. ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି, ବାଲିଗୁଡ଼ା ବ୍ଲକର ବାରକମା, ରାଇକିଆ ବ୍ଲକର ମଣ୍ଡାକିଆ ଓ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ତାଲିମ୍ ପ୍ରଦାନ କରିବା ସହ କନ୍ଧମାଳ ଜିଲ୍ଲାରେ ପ୍ରଚୁର ପରିମାଣରେ ପଣସ ଗଛରେ ପ୍ରତି ବର୍ଷ ନଷ୍ଟ ହେଉଥିବା ଦେଖିବା ପରେ ଏହାର ସଦୁପଯୋଗ ପାଇଁ ଗୁଡ ସମରିଟାନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ବର୍ତ୍ତମାନ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପଣସ ଚିପ୍ସ୍ ତିଆରି କରି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ଆର୍ଥିକ ସୁଦୃଢ କରିଥିବା କହିଛନ୍ତି। ଏହି ଚିପ୍ସ୍ କିଲୋ ପ୍ରତି ଟ. ୨୦୦.୦୦ ଙ୍କାରେ ଗୁଡ୍ ସମରିଟାନ ମହିଳାମାନଙ୍କଠାରୁ କିଣି ବଜାରିକରଣ କରି ମହିଳାମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ଦେଉଥିବା ପ୍ରକାଶ କରିଛନ୍ତି। ଏହି ତାଲିମରେ ୨୫୦ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଲିମ ନେଇ ଉପକୃତ ସୋଇପାରିଛନ୍ତି। ମହିଳାମାନଙ୍କୁ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଓ ଘୁ. ଉଦୟଗିରି ବ୍ଲକର ଶିଶୁ ସୁରକ୍ଷା ଅଧିକାରୀ ସାବିତ୍ରୀ ମଲ୍ଲିକଙ୍କ ପକ୍ଷରୁ କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଗ୍ରାମର ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସହାୟତା ପ୍ରଦାନ କରିଛନ୍ତି। ଏହାଫଳରେ ଅନେକ ମହିଳା ମାନେ ଏହାକୁ ସଫଳ ରୂପାୟନ କରିବା ପାଇଁ ଶପଥ ନେଇଛନ୍ତି। ସେହିପରି ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର ବୁଡାମାହାଠାରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ କରିବାପାଇଁ ପାଇଁ ତାଲିମ ପ୍ରଦାନ କରାଯିବା ପରେ

ଆଗାମୀ ଦିନରେ ଏହିଭଳି ପଣସ ଚିପ୍ସ୍ ଏକ ମିଶନ ମୁଡ଼ରେ ପ୍ରସ୍ତୁତ କରାଯିବ । ଫଳରେ ପୂର୍ବରୁ ଯେଉଁ ସବୁ ପଣସ ଗୁଡିକ ଗଛରେ ନଷ୍ଟ ହେଉଥିଲା ତାହା ଆଉ ନଷ୍ଟ ହେବ ନାହିଁ। ନିଜେ ଦି ପଇସା ରୋଜଗାର କରିବା ସହିତ ଅନ୍ୟମାନେ ମଧ୍ୟ ଦି ପଇସା ପାଇବେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମତ ପ୍ରକାଶ କରିଛନ୍ତି। ଗୁଡ୍ ସମରିଟାନର ଅମୁଲ୍ୟ ପାଣିଗ୍ରାହୀ, ଶିବରାମ ଦିଗାଲ ଓ ରବିନ୍ଦ୍ର ନାୟକଙ୍କ ତତ୍ବାବଧାନରେ ମହିଳାମାନଙ୍କୁ ଏକ ନୂଆରୂପରେ ଆର୍ଥିକ ସୂଦୃଢ଼ କରାଯାଉଛି। ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଗୁଡ୍ ସମରିଟାନର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

related posts

Leave a Comment