Home Breaking News ଅଲିମ୍ପିକ୍ସର ସୁନା ପୁଅ ନୀରଜ ଚୋପ୍ରାଙ୍କୁ କେନ୍ଦ୍ର କ୍ରୀଡା ବିଭାଗର ସମର୍ଦ୍ଧନା

ଅଲିମ୍ପିକ୍ସର ସୁନା ପୁଅ ନୀରଜ ଚୋପ୍ରାଙ୍କୁ କେନ୍ଦ୍ର କ୍ରୀଡା ବିଭାଗର ସମର୍ଦ୍ଧନା

by Times One Odia
Share with
     
 
 
   

କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀର ଅଶୋକା ହୋଟେଲରେ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସଂବର୍ଧନା ଦିଆଯାଇଛି । ଏହି ଅବସରରେ ଟୋକିଓରେ ଜାଭେଲିନ ଥ୍ରୋରେ ସୁନା ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ସଂବର୍ଧନା କରାଯାଇଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନୀତିଶ ପରମାଣିକ ଏବଂ ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ରହି ପଦକ ବୀରଙ୍କୁ ସଂବର୍ଧିତ କରିଥିଲେ । ଏହି ଅବସରରେ ଟୋକିଓର ସୁନା ପଦକ ବିଜେତା ନୀରଜ ଚୋପ୍ରା କହିଛନ୍ତି, ରାତି ରାତି, ଦିନ ଦିନର ପରିଶ୍ରମ, ଭୋକ ଶୋଷ ଭୁଲି ପରିଶ୍ରମ କଥା ମନକୁ ଆସିଲା ବେଳକୁ ମୁଁ ଏହି ପଦକ ଦେଖିଦିଏ । ମନକୁ ବଡ ଶାନ୍ତି ମିଳିଥାଏ । ମଧ୍ୟବିତ ପରିବାରରେ ଜନ୍ମ ହୋଇଥିବାରୁ ସଂଘର୍ଷ କଣ ଜାଣିଥିଲେ । ଏହା ତାଙ୍କର ଅଲିମ୍ପିକ୍ସ ସଫଳତାରେ ମଧ୍ୟ ବିଶେଷ ସହାୟକ ହୋଇଥିଲା ବୋଲି କହିଛନ୍ତି ନୀରଜ । ଟୋକିଓ ଅଲିମ୍ପିକ୍ସରୁ ଗୋଟିଏ କଥା ଶିକ୍ଷା ମିଳିଲା, କି ବିରୋଧୀ କିଂବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭୟ କରନ୍ତୁନି । ନିଜ ପ୍ରଦର୍ଶନ ଦେଇ ଚାଲିଥାନ୍ତୁ, ସଫଳତା ମିଳିବ ।

related posts

Leave a Comment