Home Breaking News / ତାଜା ଖବର ସରପଞ୍ଚଙ୍କ ଗୁହାଳରୁ ଗାଈ ଚୋରି ଅଭିଯୋଗ

ସରପଞ୍ଚଙ୍କ ଗୁହାଳରୁ ଗାଈ ଚୋରି ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ କ୍ରିକଲପଡୁ ଗ୍ରାମରେ ଗୁହାଳରୁ ଗାଈ ଚୋରି ହେଇଥିବା ଅଭିଯୋଗ କରିଛନ୍ତି। କିଛି ଦୁର୍ବୁତ୍ତ ଏକ ପିକପି ଭ୍ୟାନ ନେଇ କିଛି ଦୁର୍ବୁର୍ତ୍ତ ରାତି ଆସି ଗୁହାଳ ପାଖରେ ଠିଆ ହୋଇ ଗୁହାଳ ବାହାରେ ବନ୍ଧା ହୋଇଥିବା ଗାଈ ବଲଦକୁ ଜବରଦସ୍ତ ନେବାପାଇଁ ଚେଷ୍ଟା କରି ଥିଲେ। ଏଥିରେ ସଫଳ ନହୋଇ ଗୋଟିଏ ଗାଈ କୁ ନେଇ ଗାଡ଼ିରେ ଚଢାଇ ଅନ୍ୟ ଗାଈ ଙ୍କୁ ଚଢାଇବା କୁ ଚେଷ୍ଟା କରିବା ରୁ ସେମାନେ କେହି ଧାରା ନଦେଇ ଏଣେ ତେଣେ ଧାଇଁ ପଳାଇବାରୁ ପାଖରେ ଥିବା ଅନ୍ୟ ଗୁହାଳରୁ ନେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ବୋଲି ସରପଞ୍ଚଙ୍କ ସ୍ୱାମୀ ସରବୁ ସରକା କହିଛନ୍ତି। ପ୍ରକାଶ ଯୋଗ୍ୟ ଏହିକିଯେ ଆମ ଅଂଚଳ ଏକ କୃଷି ପ୍ରଧାନ ଅଂଚଳ ଅଟେ। ତେଣୁ ଗାଈ ବଳଦ ବିନା ଚାଷ କାମ କଦାପି ଅସମ୍ଭବ ଅଟେ। ଏହି ଅଂଚଳରେ ଖୋଲା ଗୁହାଳ ନଚେତ ଗାଁ ବାହାରେ ଗଛ ମୂଳରେଗୋରୁ ବନ୍ଧନ୍ତି, ଯାହା ଦେଖାଯାଉଛି କିଛି ଅନ୍ତରାଜ୍ୟ ଚୋର ଏଥିରେ ସାମିଲ ହୋଇଥାଇ ପାରନ୍ତି ବୋଲି ଲୋକେ ଅନୁମାନ କରନ୍ତି କାରଣ ଆଖ ପାଖର ଚୋର ଏଭଳି ସାହସ ନ କରିପାରନ୍ତି।

related posts

Leave a Comment