ରାଇକିଆ(ରଜତ କୁମାର ନାୟକ): ସରକାରଙ୍କ କୋଭିଡ୍-୧୯ ର ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ ସ୍ଵାଧୀନତା ଦିବସ ପାଳନ ହେବ।ଏନେଇ ସମୋବାର ରାଇକିଆ ସମିତି କାର୍ଯ୍ୟାଳୟର ସଭାଗୃହରେ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସ୍ମରଣୀକା ଟୁଲୋ, ତହସିଲଦାର ହରପ୍ରସାଦ ଭୋଇ,ଥାନାଧିକାରୀ ଶ୍ରୀକାନ୍ତ ଖମାରୀ, ସମିତି ସଭ୍ୟା ଗିତାଞ୍ଜଳୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଜୁଲିମା ଦଳବେହେରା ଯୋଗଦେଇ ସରକାର ନିତିନିୟମରେ ପାଳନ କରିବା ପାଇଁ ଆଲୋଚନା ହୋଇଥିଲା। ସରକାରଙ୍କ ନିୟମ ଅନୁଯାୟୀ ମାତ୍ର ୨୦ ଜଣଙ୍କୁ ନେଇ ପାଳନ କରାଯିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଆଜିର ଏହି ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯାଇଥିଲା ଯେ ଚଳିତ ବର୍ଷ ରାଇକିଆ ବ୍ଲକ୍ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନକରିବା ପାଇଁ ନିଷ୍ପତ୍ତି ନିଆଯାଉଛି। କିନ୍ତୁ ବ୍ଲକ୍ ର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ,କଲେଜ,ଅନୁଷ୍ଠାନରେ ମାତ୍ର ୨୦ ଜଣଙ୍କୁ ନେଇ ପାଳନ କରାଯିବା ପାଇଁ କୁହାଯାଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଏପିଓ କେଦାର ପଣ୍ଡା, ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ପୂର୍ଣ୍ଣବାସି ଦାସ, ବିଜୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳ, ନାରାୟଣ ମହାନ୍ତି,ଟୁକୁନା ପାଣିଗ୍ରାହୀ,ରଜତ କୁମାର ନାୟକ,ବ୍ଲକ୍ କର୍ମଚାରୀ ସୁନା ଚାନ୍ଦଙ୍କ ସହ ସେଲିବ୍ରେସନ କମିଟିର ସଦସ୍ୟ ଯୋଗଦେଇ ଥିଲେ।
କରୋନା କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ
Share with