Home Breaking News / ତାଜା ଖବର ଫୁଲବାଣୀରେ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀରେ ଯୁବ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ9/8(ସୁନୀଲ ପଟନାୟକ): ଆଜି ଫୁଲ ବାଣି ଠାରେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ଵରେ ଯୁବ କଂଗ୍ରେସ ପ୍ରତିଷ୍ଠା ଓ କ୍ରାନ୍ତି ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଯୁବ କଂଗ୍ରେସକର୍ମୀ ମାନେ ଅଗଷ୍ଟ କ୍ରାନ୍ତି ଦିବସକୁ ମନେପକାଇ ସହରରେ ଥିବା ଗାନ୍ଧୀ ଗୋପବନ୍ଧୁ,ଜବହାରଲାଲ ନେହରୁ, ଡ. ଆମ୍ୱେଦକର ଆଦି ମହାପୁରଷ ମାନଙ୍କ ଦେଶ ପାଇଁ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରି ପୁଷ୍ପମାଲ୍ୟାର୍ପଣ କରିଥିଲେ।
ସେହିପରି ଆଜିର ଏହି ପବୀତ୍ର ଦିନରେ ଯୁବ କଂଗ୍ରେସ ପ୍ରତିଷ୍ଠା ହୋଇଥିବାରୁ ପ୍ରତ୍ୟେକଯୁବ କଂଗ୍ରେସ କର୍ମୀମାନେ ସେହି ମହାମନିଷ ମାନଙ୍କ ପଥ ଅନୁସରଣ କରି କାମ କରିବା ଉଚିତ ବୋଲି ସଭାପତି ପାଢୀ କହିଥିଲେ। ଏଥି ସହ ଯୁବକଂଗ୍ରେସ ସଂଗଠନକୁ ମଜବୁତ କରିବାଲାଗି ନିଷ୍ଠା ଓ ଆନ୍ତରୀକ ତାର ସହ ସମସ୍ତେ ଉଦ୍ୟମ କରିବାଲାଗି ସଭାପତି ପାଢୀ ପରାମର୍ଶ ଦେଇଥିଲୋ
ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁବ୍ରତ ବେହେରା , ସାଧାରଣ ସଂପାଦକ କିଶାନ କୁମାର ବେହେରା, ସଂଜୟ କହଁର, ଆଶିଷ ପ୍ରଧାନ, ସଂପାଦକ ବିକ୍ରମ ବେହେରା , ଛାତ୍ରନେତା ଅନୁପମ କହଁର, ହିମାଳୟ ତ୍ରିପାଠି, କଂଗ୍ରେସ ନେତା ହେମନ୍ତ କର, ଭିକାରୀ ପାଣି ଗ୍ରାହୀ ସଂସାରୀ ଭୋଇ, ଜିଲ୍ଲା କଂଗ୍ରେସ ସ ଭାପତି ଅନାମ ନା ଏକ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇ କଂଗ୍ରେସ ଦଳକୁ ମଜବୁତ କରିବା ଲାଗି ଶପଥ ନେଇଥିଲେ।

related posts

Leave a Comment