Home Breaking News / ତାଜା ଖବର ରତିଙ୍ଗିଆ ଠାରେ ସ୍ଵେଛାକୃତ ରକ୍ତ ଦାନ ଶିବିର

ରତିଙ୍ଗିଆ ଠାରେ ସ୍ଵେଛାକୃତ ରକ୍ତ ଦାନ ଶିବିର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲା ଅନ୍ତରଙ୍ଗ ଯୁବ ମହାସଂଘ,ପ୍ରଦାତ୍ତା ଓ ଆମ ଓଡ଼ିଶା ରକ୍ତଦାନ ଅଭିଯାନ ପକ୍ଷରୁ ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ ଗ୍ରାମପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତଦାନ ସଂଗ୍ରହ ହୋଇଥିଲା। କନ୍ଧମାଳ ଜିଲ୍ଲାରେ ବହୁତ ସମୟରେ ରକ୍ତ ଅଭାବ ଦେଖାଯାଉଥିବା ଦେଖିବାକୁ ମିଳୁଛି ଯାହାଫଳରେ ରକ୍ତ ଅଭାବ ଯୋଗୁଁ ଲୋକମାନଙ୍କ ମୃତ୍ୟୁ ବରଣ ହେଉଥିବା ଦେଖି କିଛି ପରିମାଣରେ ଅଭାବ ପୂରଣ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଗ୍ରାମାଞ୍ଚଳର ଲୋକ ମାନଙ୍କ ମଧ୍ୟରେ ରକ୍ତ ଦାନ ପ୍ରତିସଚେତନ କରି ଆଗ୍ରହ ସୃଷ୍ଟି କରିଵା ଏହି ଶିବିର ର ମୂଳ ଉଦେଶ୍ୟ l ଗ୍ରାମାଞ୍ଚଳରେ ଏହା ପ୍ରଥମ ଥର ପାଇଁ କରାଯାଇଥିବାରୁ ଗ୍ରାମବାସୀ ଓ ବୁଦ୍ଧିଜୀବିମାନେ ଖୁବ୍ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏପରି ସଚେତନତା ମୂଳକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଗ୍ରାମାଞ୍ଚଳରେ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
ଶିବିରରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ଜାଗୃତି ଅନୁଷ୍ଠାନର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପ୍ରଦାତ୍ତା ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ, ସ୍ଥାନୀୟ ସରପଞ୍ଚ ବନ୍ଦିନୀ ପ୍ରଧାନ, ସମ୍ବାଦ ପ୍ରତିନିଧି ସମୀର କୁମାର ପାଢ଼ୀ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ, ରାଜବାଳା ସିଂ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚର ସଂଯୋଜିକା ସସ୍ମିତା ମଲ୍ଲିକ ଯୋଗଦେଇଥିବା ବେଳେ ଅନ୍ତରଙ୍ଗର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।

related posts

Leave a Comment