Home Breaking News / ତାଜା ଖବର କସ୍ତୁରୀ ନଗରରୁ ସାଳ ଗଣ୍ଡି ଜବତ ଜଣେ ଗିରଫ

କସ୍ତୁରୀ ନଗରରୁ ସାଳ ଗଣ୍ଡି ଜବତ ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ସଦର ମହକୁମାର କସ୍ତୁରୀ ନଗର ଅଂଚଳର ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ର 8 ନମ୍ବର ଦୋକାନରୁ 62 ଖଣ୍ଡ ହାତ ଛଞ୍ଚା ଶାଳ ଗଣ୍ଡି ଜବତ କରିଛି ସଦର ବନବିଭାଗ ର ଏକ ଟିମ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି କମ୍ପ୍ଲେକ୍ସ ରେ ଚୋରା କାଠ ରଖି ଅସବାଵ ପତ୍ର ତିଆରି କରି ବେଆଇନ ଭାବେ ବିକ୍ରି ହେଉଛି ବୋଲି ଜାଣି ଅତର୍କିତ ଭାବେ ଚଢ଼ାଉ ହେଇଥିଲା, ଜବତ କାଠ 43.16 ଘନ ଫୁଟ ହେଇଥିବା ବେଳେଏହାର ସରକାରୀ ମୂଲ୍ୟ 86 ହଜାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ୱାର୍କ ସାପ ର ମାଲିକଙ୍କୁ ଏହାର ବିଷୟରେ କାଗଜ ପତ୍ର ମାଗିବାରୁ ତାହା ଦେଖାଇ ପାରିନଥିଲେ ତେଣୁ ମାଲିକ ଜି ଶ୍ୟାମ ସୁନ୍ଦର ଙ୍କୁ ଗିରଫ କରାଯାଇ ଅଦାଲତରେ ହାଜର କରାଯାଇଛି। ଏହି ଚଢ଼ାଉରେ ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ,ରାୟଗଡ ବନ ରଖି ସନ୍ତୋଷ ପାଣିଗ୍ରାହୀ,ଗୌରୀ ଶଙ୍କର ସାହୁ,ବନ ରଖି ରବି ଚନ୍ଦ୍ର ପାତ୍ର,ବନରଖି ବଳରାମ ସ୍ୱାଇଁ ଓ ପାରା ବନ ବିଭାଗ ଷ୍ଟାଫ ଥିଲେ।

related posts

Leave a Comment