Home Breaking News ଟୋକିଓରୁ ସୁନା ଆଣିଲେ ସୁନା ପୁଅ ନିରଜ ଚୋପ୍ରା, ସାରା ଦେଶରେ ଉତ୍ସବର ମାହୋଲ

ଟୋକିଓରୁ ସୁନା ଆଣିଲେ ସୁନା ପୁଅ ନିରଜ ଚୋପ୍ରା, ସାରା ଦେଶରେ ଉତ୍ସବର ମାହୋଲ

by Times One Odia
Share with
     
 
 
   

ଟୋକିଓ ଅଲିମ୍ପିକ୍ସରୁ ଦେଶ ପାଇଁ ସୁନା ପଦକ ଆଣିଛନ୍ତି ସୁନା ପୁଅ ନିରଜ ଚୋପ୍ରା । ଜାଭେଲିନ ଥ୍ରୋରେ ସୁନା ପଦକ ଜିତି ପୁରା ବିଶ୍ୱକୁ ଚମକାଇ ଦେଇଛନ୍ତି ଏହି ଭାରତୀୟ ଖେଳାଳି । କାରଣ ୮୮.୫୮ ମିଟର ଦୂରତାର ଜାଭେଲିନ୍ ଫିଙ୍ଗି ବିଶ୍ୱର ଶ୍ରେଷ୍ଠ ଆଥଲେଟଙ୍କୁ ପଛରେ ପକାଇ ଭାରତର ନିରଜ ମିଶ୍ର ଜିତିଛନ୍ତି ଅଲିମ୍ପିକ୍ସ ଗୋଲ୍ଡ ମେଡାଲ । ନିରଜ ଚୋପ୍ରାଙ୍କର ଏହା ଥିଲା ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣ । ଆଉ ଏଥିରେ କମାଲ ଦେଖାଇଛନ୍ତି ନିରୋଜ ଚୋପ୍ରା । ପ୍ରଥମ ପଦାର୍ପଣରେ ଦେଶ ପାଇଁ ଗୋଲ୍ଡ ମେଡାଲ ଜିତି ପୁରା ଦେଶରେ ଅଗଷ୍ଟ ୧୫ ଆଗରୁ ଉତ୍ସବର ମାହୋଲ ବନେଇ ଦେଇଛନ୍ତି ନିରଜ ଚୋପ୍ରା ।
ଟୋକିଓ ଅଲିମ୍ପିକ୍ସରେ ଏପରି ସଫଳତା ପରେ ସୁନା ପଦକ ବିଜେତା ନିରଜ ଚୋପ୍ରାଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ । ନିରଜ ଚୋପ୍ରାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୩ ତାରିଖରେ ନିରଜଙ୍କୁ ଧମାକାଦାର ସ୍ୱାଗତ କରିବେ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ।

related posts

Leave a Comment