Home Breaking News / ତାଜା ଖବର ମହିଳା ମାଓ ମେମ୍ବର ଆତ୍ମ ସମର୍ପଣ

ମହିଳା ମାଓ ମେମ୍ବର ଆତ୍ମ ସମର୍ପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଜିଲା ବାଲିଗୁଡା ଥାନା କୁଟିକିଆ ଅଂଚଳର କାନ୍ତି ମଲ୍ଲିକ ଏସ୍ପିଙ୍କ ନିକଟରେ କରିଛି ଆତ୍ମ ସମର୍ପଣ । ବାଲିଗୁଡା ଥାନା କୁଟିକିଆ ପଞ୍ଚାୟତ ଗଙ୍ଗରଙ୍ଗା ଗ୍ରାମର ବୋଲି ଜଣା ପଡ଼ିଛି । କାନ୍ତି ଙ୍କ ବାପା ମୃତ କୁଣ୍ଡା ମଲିକ, ଏବଂ ମାଆଙ୍କ ନାମ ଗଣ୍ଡୁଲି ମଲିକ । ଜଣେ ଚାଷୀ ପରିବାର ର ଝିଅ ବୋଲି ପୋଲିସ ସୂଚନା ଦେଇଛି । ତେବେ ବହୁ ଦିନ ଧରି କାନ୍ତି ମଲିକ କେକେବିଏନ ସଂଘଠନ ରେ ସକ୍ରିୟ ସଦସ୍ୟ ରୂପେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ମାଓ ବାହିନୀ ଙ୍କ କାର୍ଯ୍ୟକମ ରେ ଅସନ୍ତୁଷ୍ଟ ହୋଇଥିଲେ ଓ ବିକାଶ କରୁଥିବା ଲୋକଙ୍କୁ ପୁଲିସ ଇନଫରମର କହି ମାରୁଥିଲେ ଏଥିରେ ଅତିଷ୍ଠ ହୋଇ ମାଓ ମେମ୍ବର କାନ୍ତି ମାଲିକ ଆତ୍ମ ସମର୍ପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ତେବେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଏବଂ ମାଓବାଦୀ ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଡାକରାରେ ପ୍ରଭାବିତ ହୋଇ ହିଂସା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ମାଓବାଦୀ ଜଣକ ବିଭିନ ମାଓ ହିଂସା କାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ସନ୍ଦେହ କରିଛି । କନ୍ଧମାଳ ପୋଲିସ କୁ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ ଅଧିକ ମନବଳ ବଢ଼ାଇଛି । ଆଗାମୀ ଦିନରେ ମଧ୍ୟ ମାଓବାଦୀ ମାନେ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୋଲିସ ତରଫରୁ ଆହ୍ଵାନ ଦିଆଯାଇଛି ।

related posts

Leave a Comment