Home Breaking News / ତାଜା ଖବର ହସ୍ତଶିଳ୍ପ କାରିଗରୀମାନଙ୍କ ଦକ୍ଷତା ବିକଶ ନିମନ୍ତେ ତାଲିମ ପ୍ରଦାନ କରାଯିବ

ହସ୍ତଶିଳ୍ପ କାରିଗରୀମାନଙ୍କ ଦକ୍ଷତା ବିକଶ ନିମନ୍ତେ ତାଲିମ ପ୍ରଦାନ କରାଯିବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରୟାଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତ ସିପି ଓ କାରିଗରୀ ମାନଙ୍କ ବିକାଶ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାର ଢ଼ୋକରl, ଟେରାକଟା, ବାଉଁଶ ଓ ବସ୍ତ୍ର ଯୋଡ଼ା ଶିଳ୍ପୀ ମାନଙ୍କ ଜୀବନଜୀବିକାର କଣ ବୃଦ୍ଧି ଓ ହସ୍ତଶିଳ୍ପର ବିକାଶ ନିମନ୍ତେ କାରିଗରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ l ଏହି ବୈଠକରେ ସହକାରୀ ନିର୍ଦେଶକ ହସ୍ତାଶିଳ୍ପ ଜୟସୀ ଡୁଙ୍ଗଡୁଙ୍ଗ ହସ୍ତାଶିଳ୍ପ ବିକାଶ ନିମନ୍ତେ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ l କାରିଗରୀ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ମାଷ୍ଟର କ୍ରାଫ୍ଟ ମେନ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ଚୟନ କରାଯିବ l ଜିଲାରେ 4ତି ପର୍ଯ୍ୟlରେ 15ଜଣ ଲେଖାଏଁ ତାଲିମ ନେବେ l ସେହିପରି ଡଙ୍ଗରିଆ ସlଲ ବୁଣିବl ନିମନ୍ତେ 15ଜଣ ଡ଼ଙ୍ଗରିଆ ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ l ଶିଳ୍ପୀ ଉନ୍ନତି ଯୋଜନାରେ 20ଜଣ ଶିଳ୍ପୀଙ୍କୁ 50ହଜାର ଟଙ୍କା ଋଣ ଆକାରରେ ସହlୟତା ଯୋଗାଇଦିଆଯିବ l ହସ୍ତାଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ l ଅଣୁ ,କ୍ଷୁଦ୍ର, ମଧ୍ୟମ ଉଦ୍ଧ୍ୟଗ ବିଭାଗ ତରଫରୁ ଯାନ୍ତ୍ରିକ ଜ୍ଞାନ କୌଶଲ ତାଲିମ ପ୍ରଦାନ କରିବ l ଓରମାସ ଉତ୍ପାଦିତ ଦ୍ରବ୍ୟର ବିପଣଣରେ ସହଯୋଗ କରିବ ଏବଂ ଵ୍ୟାଙ୍କ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେବ l
ଜିଲ୍ଲାର ବିଷମ କଟକ ବ୍ଲକର ଝିଗିଡିରେ ଢ଼ୋକର ତାଲିମ ପ୍ରଦାନ କରାଯିବ, କାଶୀପୁର ବ୍ଲକର ଶୋରିଷ ପଦର ଗ୍ରାମରେ ଟେରେକଟା, ମୁନିଗୁଡା ବ୍ଲକର ମୁନିଖୁଲରେ ବାଉଁଶ ଶିଳ୍ପ, ଥେରୁବାଲିରେ ବସ୍ତ୍ର ଯୋଡ଼େଇ ଓ ବିଷମ କଟକ ବ୍ଲକର ରୋଡଙ୍ଗ ଠାରେ ଡ଼ ଙ୍ଗାରିଆ ଶାଲ ବୁଣିବା ଉପରେ ତାଲିମ ପ୍ରଦାନ କରାଯିବ l
ଏହି ବୈଠକରେ ଲିଡ଼ ଵ୍ୟାଙ୍କ ମେନେଜର ଭାରତୀୟ ଷ୍ଟେଟ ଵ୍ୟାଙ୍କ, ଲିଡ଼ ଵ୍ୟାଙ୍କ ଡିସଟ୍ରିକ୍ଟ ମେନେଜର,ନାବାର୍ଡ,ଡିପିଏମ, ଓରମାସ,ଓ ମାଷ୍ଟର କ୍ରାଫ୍ଟ ମ୍ୟାନ ସୋରିଷ ପଦର ଏବଂ ଝିଗିଡି ଜଗଦାନ କରିଥିଲେ l

related posts

Leave a Comment