Home Breaking News / ତାଜା ଖବର ମେଡିକାଲରେ ଫରେଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ମେଡିକାଲରେ ଫରେଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶନିବାର କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ମେଡିକାଲରେ ଅଭାବନୀୟ ଘଟଣାଦେଖିବାକୁ ମିଳିଛି l ମେଡିକାଲରେ ଟ୍ରିଟମେଣ୍ଟ ବେଳେ ବାଲିଗୁଡାରେ କାର୍ଯ୍ୟରତ ଫରେଷ୍ଟର ଟିକେଶ୍ୱର ବେହେରା ଙ୍କ ସମେତ ତାଙ୍କ ସ୍ତ୍ରୀ ତପସ୍ୱିନୀ ବେହେରା ମାଆ ମାୟାବତୀ ବେହେରାଙ୍କୁ ନୁଆସାହିର ବିଜୟ ଆମୟତ ଙ୍କ ପରିବାର ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥବା ଦେଖିବାକୁ ମିଳିଛି l ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ଫରେଷ୍ଟର ବାଇକ ଯୋଗେ ଘରୁ ଅଫିସକୁ ଯାଉଥିବା ବେଳେ ଅମାୟତଙ୍କ ପରିବାର ଲୋକେ ଟିକେଶ୍ୱର ଙ୍କ ବାଇକକୁ ଅଟକାଇ ଘୋଷାଡ଼ି ନେଇ ପିଟିଥିଲେ l ଏନେଇ ଫରେଷ୍ଟର ଥାନାରେ ଏତେଲା ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁହୋଇନାହିଁ lଆହାତ ଫରେଷ୍ଟରଙ୍କ ପରିବାର ଏବେ ବାଲିଗୁଡା ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି l ଜମିବାଡ଼ି କୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି

related posts

Leave a Comment