Home Breaking News / ତାଜା ଖବର ଭୁଶୁଡି ଗଲା ଖପର ଘର, ଅନାଥ ଦେବନ୍ତି ବେସାହାରା

ଭୁଶୁଡି ଗଲା ଖପର ଘର, ଅନାଥ ଦେବନ୍ତି ବେସାହାରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କର୍ଲାକୋଟ ପଂଚାୟତ ସର୍ଗିମୁଣ୍ଡ ଗ୍ରାମର ଭିନ୍ନକ୍ଷମ ଦେବନ୍ତୀ ବେହେରା। ମା ଦଶ ବର୍ଷ ପୂର୍ବେ ଅରପାରିକୁ ଚାଲିଗଲେ।ବାପା ଦୂତୀୟ ବିବାହ କଲାପରେ ଆଉ ତାର ଦୂତୀୟ ସ୍ତ୍ରୀ ର କଥା ମାନି ଏଇ ମା ଛେଉଣ୍ଡ ଦେବନ୍ତୀ ଙ୍କୁ ଛାଡି ଅନ୍ୟତ୍ର ଜାଗାରେ ଗୃହନିର୍ମାଣ କରି ବସ ବାସ କରୁଛନ୍ତି।
ବଡ଼ ଦୁଃଖ ର କଥା ତାକୁ ଆହା କରିବାକୁ ମଧ୍ୟ କେହି ନାହିଁ ଦେବନ୍ତୀର ଭାଇ ସମ୍ପୂର୍ଣ ଭିନ୍ନକ୍ଷମ ଥିଲେ ଗୌତମ ବେହେରା ତିନି ଚକିଆ ସାଇକେଲ ରେ ଗାଁ ଗାଁବୁଲି ଭିକ୍ଷ୍ୟା ବୃତି କରି ଯାହା ଆଣିଲେ ଦୁଇ ଭାଇ ଭଉଣି ଖାଇକି ବଞ୍ଚି ଯାଉଥିଲେ।ସେ ମଧ୍ୟ 2019 ମସିହାରେ ଆର ପାରିକୁ ଚାଲିଗଲା ।ଏବେ ଭଉଣୀ ଏକା ରହୁଛନ୍ତି ଚାଲ ଛପର ଖଣ୍ଡିଏ ଘର ଥିଲା ତାହା ଏଇ ବର୍ଷାରେ ରାତି ପ୍ରାୟ 8ଘଣ୍ଟା ସମୟରେ ଘର ସମ୍ପୂର୍ଣ ଭାଙ୍ଗିଗଲା
ଖଣ୍ଡିଏ ଘର ପାଇଁ ଦେବନ୍ତୀ ଜିଲ୍ଲାପାଳ ଠୁ ଅରମ୍ଭ କରି ବୋଡେ଼ନ ବିଡ଼ିଓ ଏବଂ ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ କେହି କର୍ଣ୍ଣପାତ କରିନାହାନ୍ତି।ଏଥିରେ ପ୍ରଶ୍ନଉଠୁଛି ଯେ ଲୋକ ମାନଙ୍କ ଘର ଥାଇ ମଧ୍ୟ ଘର ମିଳୁଛି, କିନ୍ତୁ ଏଭଳି ଅନାଥ ବା ନିରିହ ଲୋକମାନଙ୍କୁ ଏସିସି ଲିଷ୍ଟ ରେ ନା ମଧ୍ୟ ନାହିଁ।ଦେବନ୍ତୀ ର ଚାଲ ଛପର ଘର ଗତ ରାତ୍ରି ରେ ବର୍ଷା ଯୋଗୁଁ ଘର ସମ୍ପୂର୍ଣ ଭାଙ୍ଗିଗଲା ବୋଡେ଼ନ ବିଡ଼ିଓ ପୁର୍ଣ ଚନ୍ଦ୍ର ଭୋଇ ଏବଂ ସରପଞ୍ଚ ଙ୍କୁ ମଧ୍ୟ ଜଣେଇଛନ୍ତି କିନ୍ତୁ ଦେଖିବା ପାଇଁ କେହି ଆସିଲେ ନାହିଁ। ଗଣ ମାଧ୍ୟମରେ ପ୍ରଶାସନ ଙ୍କୁ ଅନୁରୋଧ କି ଯଥା ଶୀଘ୍ର ଦେବନ୍ତୀ ବେହେରା ଙ୍କୁ ଖଣ୍ଡିଏ ବିଜ୍ଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରି ଖଣ୍ଡିଏ ଘର ଦେବେ ବୋଲି ସର୍ଵସାଧାରଣ ରେ ଦାବି ହେଉଛି

related posts

Leave a Comment