Home Breaking News / ତାଜା ଖବର ଅଲିମ୍ପିକ୍ସରେ ୧୦୦ ବର୍ଷ ପରେ ଆଥଲେଟିକ୍ସରେ ପଦକ ଜିତିଲା ଭାରତ, ନୀରଜ ଆଣିଲେ ସୁନା

ଅଲିମ୍ପିକ୍ସରେ ୧୦୦ ବର୍ଷ ପରେ ଆଥଲେଟିକ୍ସରେ ପଦକ ଜିତିଲା ଭାରତ, ନୀରଜ ଆଣିଲେ ସୁନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସ ଶେଷ ଭାଗରେ ଭାରତ ପାଇଁ ଗୋଲ୍ଡ ମେଡାଲ ଜିତି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ନିରଜ ଚୋପ୍ରା । ଜାଭେଲିନ ଥ୍ରୋରେ ନିରଜ ଗୋଲ୍ଡ ମେଡାଲ ଜିତିବା ସାରା ଦେଶରେ ଖୁସି ଖେଳାଇ ଦେଇଛି । ନିରଜଙ୍କ ଏପରି ଗୋଲ୍ଡ ମେଡାଲ ଅନେକ ରେକର୍ଡ ସ୍ଥାପନ କରିଛି । ଭାରତ ପାଇଁ ଅଲିମ୍ପିକ୍ସରେ ଏହା ଦ୍ୱିତୀୟ ବ୍ୟକ୍ତିଗତ ଗୋଲ୍ଡ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିଦ୍ରାଙ୍କ ସୁଟିଂରେ ଜିତିଥିଲେ ଗୋଲ୍ଡ ମେଡାଲ ।
୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ଆଥଲେଟିକ୍ସରେ ଗୋଲ୍ଡ ଜିତି ଦେଶ ପାଇଁ ଦ୍ୱିତୀୟ ବ୍ୟକ୍ତିଗତ ଗୋଲ୍ଡ ଆଣିଛନ୍ତି । ତେବେ ଏହା ସହିତ ଅଲିମ୍ପିକ୍ସରେ ୧୦୦ ବର୍ଷରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଗୋଲ୍ଡ ମେଡାଲ ଜିତିଛି ଭାରତ । ପୂର୍ବରୁ ଭାରତ ଅଲିମ୍ପିକ୍ସ ଇତିହାସରେ ଆଥଲେଟିକ୍ସରେ ପଦକ ଜିତିନଥିଲା । ୨୦୨୧ ମସିହାରେ ଟୋକିଓ ଅଲିମ୍ପିକ୍ସରେ ନିରଜ ଚୋପ୍ରା ସିଧା ଗୋଲ୍ଡ ମେଡାଲ ଜିତି ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି । ୧୯୬୦ ରୋମ୍ ଅଲିମ୍ପିକ୍ସରେ ମିଲଖା ସିଂ , ୧୯୮୪ ଲସଆଂଜେଲସରେ ପିଟି ଉଷା ଆଥଲେଟିକ୍ସରେ ଅଳ୍ପକେ କାଂସ୍ୟ ପଦକ ହାତଛଡା କରିଥିଲେ । ଯେଉଁ ଅବଶୋଷ ଆଜି ଯାଏଁ ରହି ଆସୁଥିଲା । ଭାରତ କେବେ ଟ୍ରାକ୍ ଆଣ୍ଡ ଫିଲଡରୁ ପଦକ ଜିତିବ ବୋଲି ଯେଉଁ ପ୍ରଶ୍ନ ଉଠୁଥିଲା ନିରଜ ଚୋପ୍ରା ସୁନା ପଦକ ଜିତି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି । ନିରଜ ଚୋପ୍ରାଙ୍କ ଏହି ସୁନା ପଦକ ଆଗକୁ ଅନେକ ଯୁବକଙ୍କୁ ଅନୁପ୍ରାଣୀତ କରିବ ।

related posts

Leave a Comment