Home Breaking News / ତାଜା ଖବର ଅକ୍ଟୋବରରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ କରୋନା ଟିକା !

ଅକ୍ଟୋବରରେ ୧୮ ବର୍ଷରୁ କମ୍ ବୟସ୍କଙ୍କୁ କରୋନା ଟିକା !

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ କରୋନା ସଂକ୍ରମଣ କମୁଛି, ଟିକାକରଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମ୍ଭାବ୍ୟ ତୃତୀୟ କରୋନା ଲହର ମଧ୍ୟରେ ଟିକାକରଣ ଜୋରଦାର କରିବାକୁ ସରକାର ପ୍ରୟାସ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଉପଲବ୍ଧ ହୋଇନାହିଁ । ଏଣୁ ତୃତୀୟ ଲହରରେ ଏହି ବର୍ଗ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି । ଏଭଳି ସ୍ଥିତିରେ ୧୮ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭୋଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ମୁଖ୍ୟ ଅଦର ପୁନାୱାଲା ଘୋଷଣା କରିଛନ୍ତି । ଦେଶରେ କୋଭୋଭାକ୍ସର ଜରୁରିକାଳୀନ ବ୍ୟବହାର ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିସାରିଛି ।

related posts

Leave a Comment