Share with
କଙ୍କଡାହାଡ଼: କଙ୍କଡାହାଡ ତହସିଲଦାର ଆଜି ଦୁଇଟି ଚୋରା ବାଲି ବୋଝେଇ ଟ୍ରାକ୍ଟରକୁ ଜବତକରିଛନ୍ତି। ଜବତ ଟ୍ରାକ୍ଟର ଦୁଇଟି ଡୋଲିଆ ବେଆଇନ ଘାଟରୁ ବାଲି ବୋଝେଇ କରି ନେଉଥିବା ବେଳେ କିର୍ତ୍ତନପୂର ନିକଟରେ ଜବତ କରିଥିଲେ। ଦଦିର୍ଘଦିନ ହେବ ଏହି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଇ ଆସୁଥିଲା। ବିଶେଷସୁତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢାଉକରି ଜବତ କରିଥଲେ।ଉଭୟ ଗାଡ଼ିରୁ ୪୦ ହଜାର ଜୁରୀମାନା ଆଦାୟ କରାଯାଇଛି। ଏହି ଚଢ଼ାଉରେ ତହସିଲଦାର ରମେଶ ଚନ୍ଦ୍ର ଜେନା,ବରିଷ୍ଠ କିରାଣୀ ବିଶ୍ୱଜିତ କଂହର, ସୁପର ଭାଇଜର କୌସ୍ତୁଭ ଷଡଙ୍ଗୀ ।