Home Breaking News ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମ ବିଭୂଷଣ ସ୍ବର୍ଗତ ସୁଷମା ସ୍ୱରାଜଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ପଦ୍ମ ଭୂଷଣ ସ୍ବର୍ଗତ ବୈଦେଶୀଙ୍କ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଦିବସରେ ରାୟଗଡ ଜିଲ୍ଲା ଭାଜପା ମହିଳା ମୋର୍ଚ୍ଚା ତରଫରୁ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଭାରତୀୟ ଜନତା ପାର୍ଟିର ଦିବଙ୍ଗତ ମହିଳା ନେତା ନିଜ ବିଗତ ବର୍ଷ ହଠାତ ଇହଧାମ ସମ୍ବରଣ କରି ଭାରତୀୟ ଜନତା ପାର୍ଟି କୁ ଶୋକ ସାଗରରେ ଭସାଇ ଦେଇ ଚାଲିଯାଇଥିଲେ। ତାଙ୍କ ଭଳି ଦକ୍ଷ ନେତାକୁ ହରାଇ ପାର୍ଟି ବହୁତ ବଡ଼ ଶୋକରେ ବୁଡି ଯାଇଥିଲା। ତାଙ୍କ ଅନୁପସ୍ଥିତି କୁ ପାର୍ଟି ସହଜରେ ହଜମ କରିପାରିନଥିଲା। ଏକ ସଫଳ ଘରଣୀ ସହ ସଫଳ ଦକ୍ଷ ନେତା ଭାବେ ପାର୍ଟିକୁ ବଳିଷ୍ଠ ନେତୃତ୍ବର ପ୍ରତିଭା ପ୍ରଦାନ କରିଥିଲା। ଜଣେ ମହିଳା ନେତା ଅନୁସାରେ ବୈଦେଶିକ ମନ୍ତ୍ରୀ ଭାବେ ବେଶ ଚର୍ଚ୍ଚାର ରହିଥିଲେ ତାଙ୍କ ପ୍ରତିଭାର ଛାପ ସ୍ମୃତି ପଟରୁ କେବେ ଭୁଲି ହେବନି ବୋଲି ମହିଳା ସଭାନେତ୍ରୀ ରଞ୍ଜନା ଉପାଧ୍ୟାୟ କହିଛନ୍ତି। ତାଙ୍କ ସ୍ମୃତିରେ ଜିଲ୍ଲା ତଥା ଅନେକ ଜାଗାରେ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ମଣ୍ଡନ କରିବା ସହ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଲଷ୍ମୀ କୁମାରୀ ସିଂ,ରୁଚିରାଣୀ ମହାପାତ୍ର, ଉମାଦେବୀ,ରାୟଗଡ ଗ୍ରାମୀଣ ମଣ୍ଡଳର ସମ୍ପାଦକ ମଙ୍ଗରାଜୁ କଡ୍ରକା ପ୍ରମୁଖ ଯୋଗ ଦେଇଥିଲେ।

related posts

Leave a Comment