Home Breaking News / ତାଜା ଖବର ପାଞ୍ଚ ପାଞ୍ଚଟା ପଞ୍ଚାୟତ ଦାୟିତ୍ଵରେ ଜଣେ ଯନ୍ତ୍ରୀ: ଦୁର୍ନିତୀ ବେଶୀ, ଉନ୍ନୟନମୂଳକ କାର୍ଯ୍ୟ କମ

ପାଞ୍ଚ ପାଞ୍ଚଟା ପଞ୍ଚାୟତ ଦାୟିତ୍ଵରେ ଜଣେ ଯନ୍ତ୍ରୀ: ଦୁର୍ନିତୀ ବେଶୀ, ଉନ୍ନୟନମୂଳକ କାର୍ଯ୍ୟ କମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଯନ୍ତ୍ରୀ ଅଭାବ, ଫଳରେ ଗୋଟିଏ କି ଦୁଇଟି ନୁହେଁ ପାଞ୍ଚ ପାଞ୍ଚଟା ପଞ୍ଚାୟତ ଦାୟୀତ୍ଵରେ ଜଣେ ଜଣେ ଯନ୍ତ୍ରୀ ଙ୍କୁ ଦାୟିତ୍ଵ । କାମ କିଭଳି ହେଉ ଥିବ ଏଥିରୁ ଜଣାପଡୁଛି ।
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକରୁ। ୧୨ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ୫ଜଣ ଯନ୍ତ୍ରୀ ଅଛନ୍ତି । ହେଲେ ଏହି ବ୍ଳକର ଇଂ ସି. ହଁ।ସଦା ନାମକ ଜଣେ ଯନ୍ତ୍ରୀ କୁ ଆଡେ କୁସୁମେଣ୍ଡି,ପସରା, କଖାରୁ 6ଝାଲା, ବପଲମେଣ୍ଡି ଆରାବ କା, ଆଦି ୫ଟି ପଞ୍ଚାୟତ ଦାୟୀତ୍ଵରେ ଅଛନ୍ତି । ତେବେ ଏତେଗୁଡିଏ ପଞ୍ଚାୟତର କାମ ଠିକ ଭାବେ ଦେଖିବା ଓ କାମ ସମୟରେ ଉପସ୍ଥିତ ରହିବା ଏତ ଟା ସମ୍ଭବ ନୁହେଁ। ଫଳରେ କେତକ ସ୍ଥାନରେ କାମ ନଦେଖି ବିଲ ପାସ କରୁଥିବା ଶୁଣିବାକୁ ମିଳୁଛି । ଯନ୍ତ୍ରୀ ଜଣଙ୍କ କୁ ଆଡେ ମୋଟା ଅଙ୍କର ପିସି ନେଇ ବିଲ ପାସ କରୁଥିବା ଶୁଣିବାକୁ ମିଳୁଛି ।ସେହିପରି ଏହି ବ୍ଳକ ର ସନ୍ତୋଷ ସେଠୀ ନାମକ ଜଣେ ଦକ୍ଷ ଓ ଅଭିଜ୍ଞ ଯନ୍ତ୍ରୀଙ୍କୁ ମାତ୍ର ଗୋଟିଏ ପଞ୍ଚାୟତ ଦିଆଯାଇଛି।
ବିଡିଓ ଅନୀଲ ପଟନାୟକ ଉନ୍ନୟନ୍ନ ମୂଳକ କାର୍ଯ୍ୟ ପ୍ରତି ସର୍ବଦା ଦୃଷ୍ଟି ଦେଉଥିବାବେଳେ କିଛି ଯନ୍ତ୍ରୀ ବ୍ଲକ ପ୍ରଶାସନକୁ ପ୍ରଭାବିତ କରି କୁଆଡେ ମାଡିବସି ଅଧିକ । ପଞ୍ଚାୟତ ଦାୟିତ୍ୱରେ ରହି ଦୁର୍ନିତୀ ଓ ଅନିୟମିତତା କରୁଥିବା ଅଭିଯୋଗ ହେଉଛି।
ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବ୍ଲକରେ ନିଯୁକ୍ତ ସମସ୍ତ ଯନ୍ତ୍ରୀଙ୍କୁ ସମାନ ଭାବରେ ଦାୟୀତ୍ଵ ବଣ୍ଟନ କରି ପଞ୍ଚାୟତ ତଥା ଗ୍ରାମାଞ୍ଚଳର ଉନ୍ନତି ପ୍ରତି ଦୃଷ୍ଟିଦେବା ଜରୁରୀ।
ଏ ନେଇ ବିଡିଓ ଙ୍କ ମତାମତ ପାଇଁ ଯଥେଷ୍ଟ ଉଦ୍ୟମ କରାଯାଇଥିଲା ହେଲେ ସମ୍ଭବ ହୋଇନଥିଲା।

related posts

Leave a Comment