Home Breaking News / ତାଜା ଖବର ଖବର ପ୍ରସାରଣ ହେବାପରେ ସାହାଯ୍ୟର ହାତ ବଢାଇଲେ ରାୟଗଡ଼ା D.R.Kଫାଉଣ୍ଡେସନର ସ୍ଵେଛାସେବୀ ଧର୍ମାରାଜୁ

ଖବର ପ୍ରସାରଣ ହେବାପରେ ସାହାଯ୍ୟର ହାତ ବଢାଇଲେ ରାୟଗଡ଼ା D.R.Kଫାଉଣ୍ଡେସନର ସ୍ଵେଛାସେବୀ ଧର୍ମାରାଜୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଅଂଚଳର ସାତ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ଦିତୀୟ ବିବାହ କରିଥିବା ଖବର ଆମ ଚେନାଲରେ ପ୍ରସାରଣ ପରେ ସାହାର୍ଯ୍ୟ ର ହାତ ବଢାଇଲେ ରାୟଗଡ଼ା ର ସ୍ଵେଚ୍ଛାସେବୀ ଧର୍ମାରାଜ ।ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଅନ୍ତର୍ଗତ କାର୍ଲି ଗ୍ରାମର ପିଲିମନ ନାଏକ ଙ୍କ ଝିଅ ଭାଗ୍ୟବତୀ ନାଏକ ୧୯ ଫେବୃଆରୀ୨୦୧୮ ରେ ବିବାହ କରନ୍ତି ଡୁମେଲ ଗ୍ରାମ ର ମଦନ ନାଏକଙ୍କ ପୁଅ ପିତବାସ ନାଏକଙ୍କୁ ରିତି ନିତି ଭାବରେ ବିବାହ କରିଥିଲେ। ବିବାହର ୭ ମାସ ପରେ ଗର୍ଭବତୀ ସ୍ତ୍ରୀ କୁ ଛାଡି ଅନ୍ୟତ୍ର ବିବାହ କରେ ପିତବାସ ।ଝିଅ ଜନ୍ମ ପରେ ମଧ୍ୟ ମା କିମ୍ବା ଝିଅକୁ ଦେଖାଶୁଣା କରେନାହିଁ।୨୯ ଜୁନ ୨୦୧୯ ରେ ଦୋରା ଗୁଡା ଥାନା ରେ କେଶ ରୁଜୁ ‌ହୋଇ ଥିଲା ଭରଣ ପୋଷଣ ପାଇଁ ମାସିକ ୬ହଜାର ଦେବାପାଇଁ ଚୂକ୍ତି ହୋଇଥିଲା।ତାହା କାର୍ଯକାରି ହୋଇପାରିନାହିଁ।ହେଲେ ଆଜକୁ ପ୍ରାୟ ଦଶ ମାସ ହେବ ଭାଗ୍ୟବତୀ ର ଅଣ୍ଟା ରୁ ତଳଅଙ୍ଗକିଛି କାମକରୁ ନ ଥିବା ବେଳେ। ଏମିତି ଖଟରେ ପଡିରହିଥାବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଏହି ଖବର ଆମ ଚେନାଲରେ ପ୍ରଷାରଣ ହୋଇଥିଲା ଯେଉଁ ଥିରେ କି ସେମାନେ ତାଙ୍କ ସବୁ ଦୁଃଖ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ନ୍ୟୁଜ ଦେଖି ରାୟଗଡ଼ା ର ଏକ ସମାଜ ସେବୀ D.R.K,ହେଲ୍ପ ଫାଣ୍ଡେସନ ନାମକ। ଏକ ସମାଜ ସେବୀ ଗ୍ରୃପ ଧର୍ମାରାଜୁ ନିଜ ଖର୍ଚ୍ଚରେ ତାଙ୍କୁ ଗୋଟିଏ ମାସର ରାସନ୍ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଏହି ଗ୍ରୁପ କରୋନା ମହାମାରୀ ସମୟରେ ସେମାନେ ସମସ୍ତ ଅସହାୟ ଲୋକଙ୍କୁ ଖାଇବା ପିଇବା ସାହାଯ୍ୟ କରିଆସୁଥିବା ବେଳେ। ଏବେ ସେମାନେ ପିଲିମନ ନାଏକ ଙ୍କ ଘର କୁ ଆସି। ସୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଆହୁରି ଘରେ ଥିବା ଦିବ୍ୟାଙ୍ଗ ଝିଅ କୁ ଟ୍ରାଇ ସାଇକେଲ ମଧ୍ୟ ଯୋଗାଇଦେବାକୁ କହିଛନ୍ତି। ଏଥିରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ପ୍ରଶାସନ ଗୋରିବ ଏବଂ ଅସହାୟ ମାନଙ୍କୁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଏହା ହିତାଧିକାରୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ।ଏପରି ଏକ ଦୟନିୟ ଖବର ପ୍ରସାରଣ ପରେ ମଧ୍ୟ ଶୋଇ ରହିଥିବା ବେଳେ ଜଣେ ସ୍ବେଚ୍ଛାସେବୀ ନିଜ ଖର୍ଚ୍ଚରେ ଏହି ପରିବାର କୁ ସାହାଯ୍ୟର ହାତ ବଢ଼ାଇ ଛନ୍ତି।ବାକି ରହିଲା କେବେ ସରକାର ଙ୍କର ନିଦ ଭାଙ୍ଗୁଛି ଓ ଏହି ପରିବାର କୁ ଚିକିତ୍ସା ଓ ନ୍ୟାୟିକ ସୁବିଧା ମିଳିବ।ଧର୍ମାରାଜୁ ଏବଂ DRK ଗ୍ରୁପକୁ ଜିଲ୍ଲା ବାସୀ ପ୍ରଶଂସା ର ସୁଅ ଛୁଟୁଛି।ଯୋଦି କେଉଁ ସଂସ୍ଥା କିମ୍ବା କୈାଣସି ସହୃଦୟ ବ୍ୟକ୍ତି ସହଯୋଗ କରିବା ପାଇଁ ଚାହାନ୍ତି ତାହାହେଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ। ହୃଷିକେଶ ସାହୁ ୯୪୩୭୭୦୮୪୫୬
ପ୍ରଫୁଲ୍ଲ ବେହେରା ୯୬୬୮୩୫୨୨୮୯

related posts

Leave a Comment