Home Breaking News / ତାଜା ଖବର ଥେରୁବାଲି ଉଚ୍ଚବିଦ୍ୟାଳୟର ବାଳକ ଶୌଚାଳୟ ଉଦଘାଟନ ସହ ଶିକ୍ଷକଙ୍କ ଭିସତ୍ୟନାରାୟଣଙ୍କ ସମ୍ବର୍ଦ୍ଧନା

ଥେରୁବାଲି ଉଚ୍ଚବିଦ୍ୟାଳୟର ବାଳକ ଶୌଚାଳୟ ଉଦଘାଟନ ସହ ଶିକ୍ଷକଙ୍କ ଭିସତ୍ୟନାରାୟଣଙ୍କ ସମ୍ବର୍ଦ୍ଧନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲା କୋଲନରା ଅନ୍ତର୍ଗତ ଥେରୁବାଲି ସରକାରୀ ଉଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା ଶୌଚାଳୟ ଉଦ୍ଘାଟନ ହୋଇଯାଇଛି। ଭି ସତ୍ୟନାରାୟଣ ସହକାରୀ ଶିକ୍ଷାକରୁ ପ୍ରଧାନ ଶିକ୍ଷକ ପଦୋନ୍ନତି ପାଇ ଥିବାରୁ ତାଙ୍କୁ ସମସ୍ତ ସହକାରୀ ଶିକ୍ଷକ ଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ ଓ ଅନ୍ୟମାନେ ସମ୍ବର୍ଦ୍ଧିତ କରିଥିଲେ। ଗତ କିଛି ଦିନ ଧରି ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ପଦବୀ ଖାଲି ରହିଥିଲା ଅଂଚଳର ଅଭିଭାବକ ମାନେ ଏହି ଦାବୀ କରିଆସୁଥିଲେ ତାହା ପୂରଣ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ2କରିଛନ୍ତି। ସେହିଭଳି ଅନେକ ଦିନ ହେଲା ଏଠାରେ ନିର୍ମାଣ ଧୀନ ରହିଥିବା ଶୌଚାଳୟ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ ଚନ୍ଦ୍ର ବାରିହାଙ୍କ କର କମଳ ରେ ଉଦ୍ଘାଟନ କରାଯାଇଛି। ସଂମାନନୀୟ ଅତିଥି ଭାଜନଲଲ ମାଝୀ ଉପ ଜିଲ୍ଲା ଶିକ୍ଷାଧିକାରୀ,ମନୋଜ ଗୌଡ଼ ଜିଲା ବିଜ୍ଞାନ ପରିଦର୍ଶକ,ଅତିଥି ଶିକ୍ଷା କମିଟି ସଭାପତି ସୀମାଡ୍ରି ବଳରାମ ରାଓ,ଆଜିର ସଭାରେ ସଭାପତିତ୍ୱ କରୁଥିବା ସଭାପତି ଖଗେଶ୍ୱର ମାଝୀ ଇମ୍ଫାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ମଞ୍ଚ ପରିଚାଳନା ପ୍ରମୋଦ କୁମାର ମହାପାତ୍ର,ଶିକ୍ଷୟିତ୍ରୀ ସସ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

related posts

Leave a Comment