ଫୁଲବାଣୀ(ସୁନୀଲପଟନାୟକ): ଫେକ ପେଜ ତିଆରି କରି ଲୋକମାନଙ୍କୁ ଠକି ଆସୁଥିବା ସଇବର ଠକ କୁ ଧରିବାରେ ସହାୟତା କରିଛନ୍ତି ଫୁଲ ବାଣୀର ସୋମ୍ୟରଂଜନ ସାହୁ । ସୋମ୍ୟରଂଜନ ସ୍ଥାନୀୟ ସରସ୍ଵତୀର୍ଶିଶୁ ବିଦ୍ୟ। ମନ୍ଦିର ଫୁଲବାଣୀର ୧୦ମ ଶ୍ରେଣୀ ଛାତ୍ର।
ସୋମ୍ୟପାଠ ପଢିବା ସହ କଂପ୍ୟୁ ଟରରେ ରୁଚି ରଖନ୍ତି। ଆଉ କଂପ୍ୟୁଟର ର ବିଭିନ୍ନ ପ୍ରୋଗ୍ରାମିଙ୍ଗ ରେ ଭଲ ଦଖଲ ରହିଛିସୋମ୍ୟଙ୍କର ।
ଗତ ୨୨ ଜୁଲାଇରେ ଲାଇବେରିଆ ନ ମିନିଷ୍ଟ୍ରି ଅଫ୍ ଫାଇନାନସ ଏଣ୍ଡ ଡେଭେଲପମେଣ୍ଟ ପ୍ଲାନିଙ୍ଗ ଡିପାର୍ଟମେଣ୍ଟର କେହି ଜଣେ ଫେକ ପେଜ ତିଆରି କରି ସେହି ନକଲି ପେଜରେ କୋଭିଡ- ୧୯ସମୟରେ ଅସୁବିଧା ଲେଖିଆ ର୍ଥୀକ ସହାୟତା ଦେବା ଲାଗି ପୋଷ୍ଟ କରି ଅର୍ଥହଡ଼ପ କରାଯାଉଥିଲା। ଏହି ସହାୟତା ରାଶି ସରକାରଙ୍କ ପାଖକୁ ନଯାଇ ସେହିଠକମାନଙ୍କ ପାଖକୁ ଯାଉଥିଲା । ଏ ସଂପର୍କରେ ସେଠାରେ ଥିବା ଲାଇବେରିଆ ସାଇବର କ୍ରାଇମ ପ୍ରିଭେନ୍ସନ ଏଣ୍ଡ ମିଟି ଗେସନ
ଏଜେନ୍ସିକୁ ମିଳିଲା ସେମାନେ ଏହି ପେଜ ସଂପର୍କରେ ଜାଣି ପାରିନଥିଲେ କି ତାଙ୍କ ନିକଟରେ ପହଞ୍ଚିପାରିନ ଥିଲେ। ଫଳରେ ସେମାନେ ଏନେଇ ଅନୁରୋଧ କରିବା ପରେ ସୋମ୍ୟରଂଜନ ସେହି କାମରେ ଲାଗିପଡିଥିଲେ । ସାଇବର ଅପରାଧିକୁ ଧରିବା ପାଇଁ ଯାହା ତଥ୍ୟ ଦରକାର ଥିଲା ଯେପରି ଆଇପି, ଠିକଣା, ଫଟୋ, ଲୋକେସନ ଆଦି ସ ବିଶେଷ ତଥ୍ୟ ଲାଇବେରିଆ ସାଇବର କ୍ରାଇମ ପ୍ରିଭେନସନ ଓ ମିଟି ଗେ ସନ ଟିମକୁ ପ୍ରଦାନ କରିଥିଲେ। ଓ ଏହାର କମ ସମୟ ମଧ୍ୟରେ ସେହି ଅପରାଧିମାନେ ଧରାପଡିଥିଲେ। ଓ ସେହି ଫେକ ପେଜଟିକୁ ବନ୍ଦ କରାଯାଇଥିଲା। ଏନେଇ ଲାଇବେରିଆ ସରକାର ସୋମ୍ୟଙ୍କୁ ଶୁଭେତ୍ସା ଜଣାଇବା ସହ ଏକ ମାନପତ୍ର ମଧ୍ୟ ପ୍ରଦାନ କରି ଛନ୍ତି ।
ଫେକ ପେଜ ତିଆରି କରିଥିବା ଠକଙ୍କୁ ଧରିବାରେ ସାହାଯ୍ୟ କଲେ ଫୁଲ ବାଣୀର ସୌମ୍ୟରଂଜନ
Share with
previous post