Home Breaking News ପାର୍ସଲି ପଂଚାୟତ ବଡବୁଡୁନି ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ କଲେ ଜିଲ୍ଲାପାଳ

ପାର୍ସଲି ପଂଚାୟତ ବଡବୁଡୁନି ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଉଦଘାଟନ କଲେ ଜିଲ୍ଲାପାଳ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ରାୟଗଡ଼ ଜିଲ୍ଲାର ଲକଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ପାର୍ସଲି ଗ୍ରାମ ପଞ୍ଚାୟତର ବୁଡ଼ୁନି ଗ୍ରାମରେ ଆଦିମ ଜନଜାତି ଓ ଡଙ୍ଗରିଆଙ୍କ ଚକ୍ଷୁ ବିନା ଶୁଳ୍କରେ ଚକ୍ଷୁ ପରୀକ୍ଷା, ଅସ୍ତ୍ର ପ୍ରଚାର ଓ ଚଷମା ପ୍ରଦାନ ନିମନ୍ତେ ଓଡିଶା ଆଦିବାସୀ ଚକ୍ଷୁ ଅଧ୍ୟୟନ ଗବେଷଣା ପ୍ରକଳ୍ପକୁ ଗତକାଲି ୦6/08/21ରିଖରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ଭାରତ ସରକାରଙ୍କ ଜନ ଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନସ୍ତ ଡ଼ଙ୍ଗାରିଆ କନ୍ଧ ଉନ୍ନୟନ ସଂସ୍ଥା ପାର୍ସଲି ତରଫରୁ ଆୟଜନ କରାଯାଇଥିଲା l ଏଥିରେ ବୁଡ଼ୁନି, ଚାଟିକଣା ଓ ତେନ୍ତୁଳୀଖୁଣ୍ଟି ଗ୍ରାମର 100ଜନ ବ୍ୟକ୍ତିଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିଲl l ଏହି କାର୍ଯ୍ୟକ୍ରମ ଏଲ୍‍.ଭି.ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗୁଁ ଡ଼ଙ୍ଗାରିଆ ଆଦିମ ଜନଜାତିଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିଲା ।
ଏହିକାର୍ଯ୍ୟକ୍ରମରେ ସମବେତ ଜନଜାତି ବ୍ୟକ୍ତି ମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l ବିଶେଷ କରି ପାନୀୟ ଜଳ, ପିଡ଼ିଏସ ଚାଉଳ, ଭତ୍ତା,ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଉପରେ ଆଲୋଚନା କରିଥିଲେ l ଶିଶୁ ମାନଙ୍କୁ ଠିକି ଭାବରେ ଅଣ୍ଡା ଦେବ ପାଇ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦେଶ ଦେଇଥିଲେ l
ଏହାପରେ ସିଙ୍ଗାରି ଗ୍ରାମ ପଂଚାୟତ ଅନ୍ତର୍ଗତ ବାରୀଗୁଡା ଗ୍ରାମ ଗସ୍ତ କରି ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ବିଶେଷ ପାନୀୟ ଜଳ, ପିଡ଼ିଏସ ଚାଉଳ, ଭତ୍ତା,ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ, ବିଦ୍ୟୁତ ସମସ୍ୟା ଉପରେ ଆଲୋଚନା କରିଥିଲେ l ଜୀବିକା ମିଶନ ଶାୟତରେ କରାଯାଇଥିବା ସ୍ୱୟଂ ସହlୟୋକ ଗୋଷ୍ଠୀ ଦ୍ୱାରl କରାଯାଇଥିବା ମାରିଚ ଓ ମକା ଚାଷ ଜମି ବୁଲିଦେଖିବା ସହିତ ପୂର୍ବବର୍ଷ ଠାରୁ ଅଧିକରୁ ଅଧିକ ଅମଳ ପାଇଁ ଚେଷ୍ଟା କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ l
ସେହିପରି କରଞ୍ଜ ଗ୍ରାମ ଗସ୍ତ କରି ଅନୁରୂପ ଭାବରେ ପାନୀୟ ଜଳ, ପିଡ଼ିଏସ ଚାଉଳ, ଭତ୍ତା,ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଉପରେ ଆଲୋଚନା କରିଥିଲେ l ଜଳସେଚନ ସୁବିଧା ଯୋଗାଇବା ପାଇଁ ଆଇଟିଡ଼ିଏ ଓ ଡ଼ିକେଡିଏର ମିଳିତ ଭାବରେ ଅନୁଧ୍ୟାନ କରି ଜଳସେଚନ ସୁବିଧା ଯୋଗାଇବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ ପି.ଏ.ଆଇ.ଟି.ଡି.ଏ, ରାୟଗଡ଼ ଶ୍ରୀ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା, ଡି.କେ.ଡ଼ି.ଏର ସ୍ୱନ୍ତ୍ରର ଅଧିକାରୀ ଶ୍ରୀ ମଦନ ମୋହନ ଦଳବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଧାକର ରlଇତl , ଅନ୍ୟାନ୍ୟ ବ୍ଲକ ସ୍ଥରୀୟ ଅଧିକାରୀ ମାନେ ଯୋଗଦେଇଥିଲେ

related posts

Leave a Comment