Home Breaking News / ତାଜା ଖବର କୋଟଗଡ଼ ପୋଲିସ କାର୍ଯ୍ୟକଳାପ ବିରୁଦ୍ଧରେ ବିଜେପିର ଦାବୀ ପତ୍ର

କୋଟଗଡ଼ ପୋଲିସ କାର୍ଯ୍ୟକଳାପ ବିରୁଦ୍ଧରେ ବିଜେପିର ଦାବୀ ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ମହାଦୁର୍ନିତୀ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିକୋଟଗଡ଼ ଶାଖା ପକ୍ଷରୁ କୋଟଗଡ଼ଠାରେ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଉଥିବାବେଳେ କୋଟଗଡ ପୋଲିସ ନ କରାଇଦେବା ଲାଗି କରିଥିବା ଚକ୍ରାନ୍ତ ଓ କୁଶପୁତ୍ତଳିକାରେ ପାଣି ପକାଇଦେଇଥିଲେ। ଯାହାକୁ ବିଜେପି ଯୁବମୋର୍ଚ୍ଚାତିବ୍ର ବିରୋଧ କରିବା ସହ ନିନ୍ଦା କରିଛି ।
କୋଟଗଡ଼ ଥାନାରେ ଅବସ୍ଥାପିତ ଏଏସ.ଆଇ ବିକ୍ରମଦେହୁରୀ ଓ ତାଙ୍କନେତୃତ୍ବରେ ଆସିଥିବା ପୋଲିସ ଟିମ ଶାସକ ଦଳର ଏଜେଣ୍ଟ ସାଜି ସେମାନଙ୍କୁଦୁ ର୍ବ୍ୟବହାର ପ୍ରଦର୍ଶନ କରିବାସହ ବିକ୍ଷୋଭନ କରାଇଦେବାକୁ ଉଦ୍ୟମ କରିଥିବା ଘଟଣାର ବିଜେପି ଯୁବମୋର୍ଚା ନିନ୍ଦା କରିବା ସହ ଯୁବମୋର୍ଚା ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ଵରେ ଏ ନେଇ ଏକ ଦାବୀ ପତ୍ର କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏଭଳି ଘଟଣା ଯେପରି ଆଗକୁ ନ ଘଟିବ ସେଥିପାଇଁ କୋଟଗଡ଼ ପୋଲିସକୁ ତାଗିଦ କରିବାକୁ ଦାବୀ କରିଥିଲେ. I ଅନ୍ୟମାନଙ୍କ ମଧ୍ୟରେ ଯୁବମୋର୍ଚା ଉପସଭାପତି ସୁଧାଶୁ ଗୁରୁ, ଜିଲ୍ଲା ସଂଯୋଜକ ଜଗନ୍ନାଥ ସାହୁ, ନଗର ସଭାପତି ମୁକ୍ତିକାନ୍ତ ମହାନ୍ତି, ସାଧାରଣ ସଂପାଦକ ବିଶ୍ଵରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment