Home Breaking News / ତାଜା ଖବର ନୂତନ ବିଡ଼ିଓଙ୍କ କରୋନା ନେଇ ମାସ୍କ ଚେକିଙ୍ଗ ଏବଂ ସଚେତନତା

ନୂତନ ବିଡ଼ିଓଙ୍କ କରୋନା ନେଇ ମାସ୍କ ଚେକିଙ୍ଗ ଏବଂ ସଚେତନତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: କରୋନାର ଦ୍ବିତୀୟ ଲହର ଜାରି ରହିଥିବା ବେଳେ ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ ଏହି ମହାମାରୀ ପୃଥିବୀ ପୃଷ୍ଠରୁ ସମ୍ପୁର୍ଣ୍ଣ ଭାବେ ବିଲୁପ୍ତ ହୋଇନାହିଁ। ତେଣୁ ସଚେତନତା ରହିବା ଆବଶ୍ୟକ। ତୃତୀୟ ଲହର ପୁଣି ଆସୁଥିବା ନେଇ ଆଶଙ୍କା କରି ସରକାର ଏବଂ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଶନିବାର ରାଇକିଆ ବ୍ଲକ୍ ର ନୁତନ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସ୍ମରଣୀକା ଟୁଲୋ ଏବଂ ତହସିଲଦାର ହରପ୍ରସାଦ ଭୋଇଙ୍କ ସହ ପୋଲିସ ବାହିନୀ ପକ୍ଷରୁ ରାଇକିଆ ଅଞ୍ଚଳରେ କୋଭିଡ୍-୧୯ ର ଗାଇଡ୍ ଲାଇନ୍ ଅନୁଯାୟୀ ମାସ୍କ ବ୍ୟବହାର, ସାମାଜିକ ଦୂରତା ଏବଂ ସାନିଟାଇଜର ବ୍ୟବହାର ଠିକ୍ ରୂପେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇ ବ୍ୟବସାୟ ପ୍ରତିଷ୍ଠାନ ଏବଂ ଲୋକଙ୍କୁ ସଚେତନ କରାଯାଇଥିଲା।
ଆଜି କନ୍ଧମାଳ ଜିଲ୍ଲାରେ ୧୭ ଜଣଙ୍କ ନୁଆ ସଂକ୍ରମଣ ଚିହ୍ନଟ ହୋଇଥିବା ରାଇକିଆ ବ୍ଲକ୍ ରୁ କୈାଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ଜଣାପଡିଛି। ଜିଲ୍ଲାରେ ଆଜି ୧୭ ଜଣଙ୍କୁ ମିଶାଇ ୧୧ ହଜାର ୩୭୬ ସଂକ୍ରମଣ ହୋଇଥିବା ବେଳେ ୧୧ ହଜାର ୧୭୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୩ ଜଣଙ୍କ ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। ରାଇକିଆ ବ୍ଲକ୍ ରେ ଟିକାକରଣ ପ୍ରଦାନ ଜାରରହିଥିବା ଜଣାପଡିଛି। ଏବଂ ଅଞ୍ଚଳରେ କରୋନା ସଂକ୍ରମଣ ସ୍ଥିତି ଠିକ୍ ରହିଥିବା ଜଣାପଡିଛି।

related posts

Leave a Comment