Home Breaking News / ତାଜା ଖବର ଉତ୍କଳ ହିନ୍ଦୁ ସେବକ ସଂଘ ଗଞ୍ଜାମ ଶାଖା ପକ୍ଷରୁ ବନ୍ଧୁ ମିଳନ

ଉତ୍କଳ ହିନ୍ଦୁ ସେବକ ସଂଘ ଗଞ୍ଜାମ ଶାଖା ପକ୍ଷରୁ ବନ୍ଧୁ ମିଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡା(ତ୍ରିଲୋଚନ ପଣ୍ଡା): ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳ ସେବକ ସଂଘର ବନ୍ଧୁମିଳନ ଉତ୍ସବ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ମନ୍ଦାର ଗ୍ରାମ ଠାରେ ସଂଘର ରାଜ୍ୟ ସଭାପତି ରଘୁନାଥ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାର ବରିଷ୍ଠ ଯୁବ ସମାଜସେବୀ ପ୍ରଭାକର ପଣ୍ଡା,ମୂଖ୍ୟବକ୍ତା ଭାବେ ରାଜ୍ୟ ଉପସଭାପତି ତୁଷାର ରଥଙ୍କ ସମେତ ସମ୍ମାନୀତ ଅତିଥି ଭାବେ ସଂଘର ରାଜ୍ୟ ସଭାପତି ସୋମନାଥ ରାଉତ,ରାଜ୍ୟ ସମ୍ପାଦକ ଦୁର୍ଗାମାଧବ ପଣ୍ଡା,ମନ୍ଦାର ସେବା ସମବାୟ ସମିତିର ସମ୍ପାଦକ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ହେବାକୁ ଥିବା ବିଶ୍ବ ଶାନ୍ତି ଯଜ୍ଞକୁ ବିଶେଷ ଭାବେ ଆଲୋଚନା ସହ ସୂଚାରୁରୂପେ ସଫଳତା କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ପ୍ରଭାକର ପଣ୍ଡାଙ୍କୁ ସଂଘର ଜିଲ୍ଲା ମୂଖ୍ୟ ଉପଦେଷ୍ଟା ଭାବେ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ତା’ସହ ପୋଲସରା ଓ ବୁଗୁଡା ବ୍ଳକର କମିଟି ମଧ୍ୟ ନିର୍ଦ୍ଦାରଣ ହୋଇଥିଲା ।

related posts

Leave a Comment