Home Breaking News / ତାଜା ଖବର ସୁବର୍ଣ୍ଣପୁର ଜିଲ୍ଳା ଓଷ୍ଟା ପରିବଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଳା ଓଷ୍ଟା ପରିବଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର(ଅକ୍ଷୟ କୁମାର ପୂଜାହାରୀ): ବିନିକା ଉଚ୍ଚ ବିଦ୍ୟାଳୟ ପରିସରରେ ସୁବର୍ଣ୍ଣପୁର ଜିଲ୍ଳା ଓଷ୍ଟା ପରିବଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଓଷ୍ଟା ସୁବର୍ଣ୍ଣପୁର ଜିଲ୍ଲା ସଭାପତି ବୈଦ୍ୟନାଥ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ା ରାଜ୍ୟ କାର୍ଯ୍ୟ କାରିଣି ସଭ୍ୟ ଅମିୟ ମହାନ୍ତି, କାର୍ଯ୍ୟକାରୀ ସଭାପତି ମୁାଲି ବଡ଼ମାଳୀ , ଉପଦେଷ୍ଟା ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ମୋ ସ୍କୁଲ ଅଭିଯାନ କୁ ସଫଳ କରିବାସହ ସ୍କୁଲ ବଞ୍ଚାଅ ଅଭିଯାନ କୁ ଆମ୍ଭ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ବାନ ଦେଇଥିଲେ ା କାରଣ ଆଗାମୀ ୩/୪ ବର୍ଷ ଭିତରେ ସୋନପୁର ଜିଲ୍ଲା ର ୭ ଟି ସରକାରୀ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶୂନ୍ୟ ହୋଇ ଆପେ ଆପେ ବନ୍ଦ ହୋଇଯିବାର ଆସଙ୍କା ରହିଛି ାତେଣୁ ସ୍କୁଲ ମାନଙ୍କୁ ଶିକ୍ଷକ ନିଯୁକ୍ତ କମିଟି ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀଙ୍କ ପାଖକୁ ଦାବି ରଖିବାକୁ ଶ୍ରୀ ପଣ୍ଡା କମିଟି ସଭାପତି ମାନଙ୍କୁ ଅନୁରୋଧ କରିଥିଲେ ା ସରକାରଙ୍କ ପୁର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କୁ ପ୍ରଧାନ ଶିକ୍ଷକ ପଦବୀ ପୂରଣ ପାଇଁ ବରିଷ୍ଟ ଶିକ୍ଷକ ମାନଙ୍କୁ ପଦୋନ୍ନତି ଦେବାକୁ ଦାବି ହେବାସହ ତୁରନ୍ତ ଖାଲି ରହିଥିବା ଶିକ୍ଷକ ପଦବି ପୁରଣ କରିବାକୁ ସରକାରଙ୍କ ଠାରେ ଦାବି ରଖିଥିଲେ ା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ର ଶିକ୍ଷକ ମାନଙ୍କର ଅବସର ପରେ ଅନ୍ୟୁନ୍ୟ କିଛି ପେନସନ ବ୍ୟବସ୍ଥା କରିବାକୁ ସରକାରଙ୍କୁ ଦାବୀ ରଖାଯିବାକୁ ବୈଠକରେ ସ୍ଥିର କରାଯାଇଥିଲା ାବୈଠକକୁ ଓଷ୍ଟା ସୁବର୍ଣ୍ଣପୁର ସମ୍ପାଦକ ସୁଶୀଳ ବିଶି ସ୍ବାଗତ ଭାଷଣ ଓ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ା ଶେଷରେ ରମେଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ା ଏଥିରେ ଓଷ୍ଟା ସୋନପୁର ଉପସଭାପତି ଅଖୋଜ ପଧାନ , ଦୀପସିଖା ମହାରପାତ୍ର , ସୋନପୁର ବ୍ଳକ ସମ୍ପାଦକ ସଂଗ୍ରାମ ମିଶ୍ର , ବରମାହାରାଜପୁର ବ୍ଳକ ସମ୍ପାଦକ ତ୍ରୀପୁରୀ ରଥ , ଉଲୁଣ୍ଡା ବ୍ଳକ ସମ୍ପାଦକ ପ୍ରହଲ୍ଳାଦ ସାହୁ , ଯୁଗ୍ମ ସମ୍ପାଦକ ଚନ୍ଦ୍ରଶେ୍‌ଖର ମହାପତ୍ର , ବରିଷ୍ଟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଚଳ ମେହେର, ପ୍ରେମରାଜ ପତି, ଜୟକୃର୍ଷ୍ଣ ମିଶ୍ର, ଜଗନ୍ନାଥ ପାଢ଼ି ,ଶିକ୍ଷକ ବନମାଲି ପଣ୍ଡା, ସମେତ ବିଭିନ୍ନ ସ୍କୁଳ କମିଟି ସଭାପତି , ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ା

related posts

Leave a Comment