ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରାଜ୍ୟ ରାଜ ପଥ-୩୯ ଉପରେ ଡାବୁଗାଁ ପଟରୁ ଧୋଡ୍ରା ରୁ ସାଇ ସିଦ୍ଧାର୍ଥ ଭୁୟାଁ ନିଜ କାର ନମ୍ବର OD 10R0498 ରେ ନବରଙ୍ଗପୁର ଖ୍ରିଷ୍ଟିଆନ୍ ହସ୍ପିଟାଲ କୁ ଭାଉଜଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭାଇଙ୍କ ସହିତ ଆଉ ଜଣେ ବ୍ୟକ୍ତି ଯାଉଥିବା ବେଳେ ପାପଡାହାଣ୍ଡି ପଟରୁ ଟିଭିଏସ ଏକ୍ସଏଲ ବାଇକ ରେ ଘୁସୁରା ବେଡା ଗ୍ରାମର ଭଗବାନ ସୁନା (୬୫) ଓ ତାଙ୍କ ସହ-ଧର୍ମୀଣି ଦୀପ୍ତିମୟୀ ସୁନା(୬୦) ନିଜ ଗ୍ରାମକୁ ଫେରୁ ଥିବା ସମୟରେ ବିରିସୋଲା ନିକଟରେ ବାଇକ ଟି ଏପଟ ସେପଟ ହେବା ଫଳରେ କାର ଡ୍ରାଇଭର ବାଇକ ରେ ଯାଉଥିବା ଦୁଇ ଜଣ ଙ୍କୁ ବଞ୍ଚାଇ ବାକୁ ଯାଇ ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣା ଘଟି ଥିଲା।କାର ଗାଡିଟି ରୁ ୧୦୮ ଯୋଗେ ଭାଇ ଭାଉଜ ଙ୍କୁ ପାପଡାହାଣ୍ଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ମୁଣ୍ଡରେ ଆଘାତ ହୋଇ ଥିବା ସ୍ଥାନ କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ବାଇକ ରେ ବୃଦ୍ଧ, ବୃଦ୍ଧା ଆସି ଡାବୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଡାବୁଗାଁ ଥାନା ଅଧିକାରୀ ସୁବାସ ଚନ୍ଦ୍ର ବେହୁରିଆ ଙ୍କ ନିର୍ଦେଶ କ୍ରମେ ଘଟଣା ସ୍ଥଳ କୁ ସହ ଉପ ନିରିଖ୍ୟକ ଶ୍ରୀ ଘୋଷ ମହୋଦୟ ଯାଇ ଅନୁସନ୍ଧାନ ଜାରି ରଖି ଥିବା ଥାନା ସୂତ୍ରରୁ ଜଣା ପଡିଛି।କାର ରେ ସାଇ ସିଦ୍ଧାର୍ଥ କର ଚଳାଉ ଥିବାବେଳେ ସିଟ ବେଲ୍ଟ ପିନ୍ଧି ଥିବାରୁ ତାଙ୍କର କିଛି ହୋଇ ନ ଥିଲା। ଗାଡିଟି ଡ୍ରାଇଭର ପାର୍ଶ୍ୱ ଗଛରେ ପିଟି ହୋଇ ଥିଲା।
କାର ସହ ଟିଭିଏସ ଏକ୍ସଏଲ ବାଇକ ଦୁର୍ଘଟଣା:ଅଳ୍ପକେ ବର୍ତିଲେ ସମସ୍ତେ,ଗଛରେ ପିଟି ହେଲା କାର
Share with