Home Breaking News / ତାଜା ଖବର ସରକାରଙ୍କ ମାଳମାଳ ଯୋଜନା, କନ୍ଧମାଳରେଏବେ ବି ଭାତ ଡ଼େକଚିରେ ବସାଇ ପିଲାଙ୍କୁ ନଦୀ ପାର କରନ୍ତି

ସରକାରଙ୍କ ମାଳମାଳ ଯୋଜନା, କନ୍ଧମାଳରେଏବେ ବି ଭାତ ଡ଼େକଚିରେ ବସାଇ ପିଲାଙ୍କୁ ନଦୀ ପାର କରନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ସ୍ଵାଧୀନତାର ୭୪ ପରେ ବି ଗାଁକୁ ଗମନାଗମନରସୁବିଧା ନ ଥିବାରୁ ଏବେ ବି ଲୋକେ ଜୀବନକୁ ବାଜି ଲଗାଇ ନିଜେ ଛାତିଏ ପାଣିରେ ବୁଡ଼ି ପିଲାମାନଙ୍କୁ ଭାତରନ୍ଧା ଡେକଚି ଭିତରେ ବସାଇ ନଦୀ ନାଳ ପାର କରୁଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ କଟ୍ରିଙ୍ଗିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଗ୍ରାମର ଲୋକେ କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ପଞ୍ଚାୟତ କୁ ଅ।ସୁଛନ୍ତି । ସୂଚନା ମୁତାବକ ଗ୍ରାମର ଲୋକେ ସେମାନଙ୍କ ପିଲାମାନଙ୍କୁ କାନ୍ଧରେ ବସାଇ ନତୁବା ଭାତ ରନ୍ଧାଡ଼େକ ଚି6ର ବସାଇ ସ୍କୁଲ,ଅଙ୍ଗନବାଡି କେନ୍ଦ୍ର, ବଜାର ,ମେଡିକାଲ ଆଦିକୁ ଆଣନ୍ତି ।
ଅଭିଯୋଗ କଲେ ଶୁଣୁଛିବା କିଏ ?
ତେବେ,ବର୍ଷବର୍ଷ ଧରି ଉପାନ୍ତ ଅଞ୍ଚଳର ବିକାଶପାଇଁ କେବଳ ଯୋଜନା ହେଉଛି, ଖାଲି ଯୋଜନା କାହିଁକି ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ ମଧ୍ୟ କରାଯାଉଥିବା କଥା କୁହାଯାଉଛି। ହେଲେନା ବଦଳୁଛି ସେଠାକାର ଲୋକଙ୍କ ଭାଗ୍ୟ ନା ସମସ୍ୟାର ସମାଧାନ ହେଉଛି । ଏଭଳି ଦୁର୍ବି ସହ ଜୀବନଜିଉଁଛନ୍ତି କନ୍ଧମାଳ ଜିଲ୍ଲା ଖୋଦ ସଦରମହକୁମା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବୁଡାଣୀ ପାଙ୍ଗା ଓ ଗରପଲି ଗ୍ରାମର ଲୋକେ ।

କନ୍ଧମାଳ ଜିଲ୍ଲାର ସଦର ଫୁଲବାଣୀ ବ୍ଳକ ରୁ ମାତ୍ର୧୮ କିମି ଦୁରରେ ରହିଛି କଟ୍ରିଙ୍ଗିଆ ପଞ୍ଚାୟତ । ପଞ୍ଚାୟତ ର ବୁଡା ଣିପାଙ୍ଗା, କୁତା ବୃ ଡି ଓ ଗରପଲି ଗ୍ରାମ ଲୋକଙ୍କ ସମସ୍ୟା କଥା କହିଲେ ନସରେ । ଖରାଦିନେ ଯେମିତି ସେମିତି ବିଲ ନଦୀ ନ।ଳଦେଇ ଯାଆସ କରିଥିବାବେଳେ ବର୍ଷା ଆସିଲେ ମନରେ ଛନକା ପଶିଯାଏ ।
ଏବେ ବର୍ଷାରେ ନାଳରେପାଣି ଆସି ଯିବା ଫଳରେ ପାଣିଭିତରେ ପଶି ଜୀବନ କୁ ବାଜି ଲଗାଇ ଯାଆ ସ କରୁଛନ୍ତି। ନାଳ ଉପରେ ପୋଲ ଟିଏ ନିର୍ମାଣ କରିବାପାଇଁ ବହୁବାର ପ୍ରଶାସନ ଓ ନେତାଙ୍କୁ କହିଲେ ମଧ୍ୟ କେହସେମାନଙ୍କ କଥା ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ମୌକିକସୁବିଧାସୁଯୋଗରୁ ବଞ୍ଚିତ ଏ ମାନେ।
ବିକାଶ କଥା ଏମାନେ କେବଳ ଶୁଣୁଛନ୍ତି ହେଲେ ଦେଖିନାହଁ।ନ୍ତି।
ତେବେ ଏ ସବୁ ଗ୍ରାମର ଲୋକେ କେବେ ଗମନାଗମନର ସୁବିଧା ପାଉଛନ୍ତି ତାହା ଦେଖିବାର କଥା ।

related posts

Leave a Comment