Home Breaking News ଟୋକିଓରେ ଆଉ ଏକ ପଦକ ଆଶା ଦେେଲେ ବଜରଙ୍ଗ ପୁନିଆ, ସେମିରେ ପ୍ରବେଶ

ଟୋକିଓରେ ଆଉ ଏକ ପଦକ ଆଶା ଦେେଲେ ବଜରଙ୍ଗ ପୁନିଆ, ସେମିରେ ପ୍ରବେଶ

by Times One Odia
Share with
     
 
 
   

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିବ ଆଉ ଗୋଟିଏ ପଦକ । ଏହି ପଦକ ଆସିବ କୁସ୍ତିରୁ । ଏହାକୁ ପକ୍କା କରିଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ । କ୍ୱାର୍ଟର ଫାଇନାଲରେ ଇରାନର କୁସ୍ତି ଯୋଦ୍ଧାଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି । କୁସ୍ତିରେ ପଛରେ ଥିଲେ ବଜରଙ୍ଗ । ତେବେ ଶେଷ ସମୟରେ ଇରାନର କୁସ୍ତି ଯୋଦ୍ଧା ମୋରତାଜା ଘିଆସି ଚେକାଙ୍କୁ ଚିତ୍ କରି ପୁରା ୫ ପଏଂଟ ହାସଲ କରି ମ୍ୟାଚ୍ ଜିତି ନେଇଥିଲେ । ଏହି ବିଜୟ ସହିତ ବଜରଙ୍ଗ ପୁନିଆ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପଦକ ଠାରୁ ବଜରଙ୍ଗ ଆଉ ଗୋଟିଏ ବିଜୟ ଠାରୁ ଦୂରରେ ଅଛନ୍ତି ।
ଟୋକିଓ ଅଲିମ୍ପିକ୍ସରେ ଆଜି ଆରମ୍ଭ ହୋଇଥିଲା ବଜରଙ୍ଗ ପୁନିଆଁଙ୍କ ଗେମ୍ । ମାତ୍ର ଗୋଟିଏ ଘଂଟା ମଧ୍ୟରେ ଦୁଇଟି କୁସ୍ତି ଲଢି ବିଜୟ ସହିତ ବଜରଙ୍ଗ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ବଜରଙ୍ଗଙ୍କ ଏପରି ପ୍ରଦର୍ଶନକୁ ନେଇ ଖୁସି ଜାହିର କରିଛି ସାଇ ।

related posts

Leave a Comment