ବୁଗୁଡା(ତ୍ରିଲୋଚନ ପଣ୍ଡା): ଗତବର୍ଷର ମେଟ୍ରିକ୍ ପରୀକ୍ଷା ଫଳାଫଳକୁ ନେଇ ରାଜ୍ୟରେ ବହୁତ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରି ତୁମ୍ବିତୋଫାନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଅସନ୍ତୋଷ ପ୍ରକାଶ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ୍ ପରିକ୍ଷା ଦେବାପାଇଁ ନିର୍ଦ୍ଦେଶନାମା ଘୋଷଣା ପ୍ରକାରେ ଜୁଲାଇ ୩୦ତାରିଖ ଠାରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ମେଟ୍ରିକ୍ ପରୀକ୍ଷା ଚାଲିଥିଲା । ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ଏକମାତ୍ର ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ପରିକ୍ଷା କେନ୍ଦ୍ର ଚାଲିଥିଲା । ସେଥିରେ ବାଲିପଦର ହାଇସ୍କୁଲ,ସୋରଡ ବାଲୁଙ୍କେଶ୍ବରୀ ହାଇସ୍କୁଲ,ଖରିଡା ସ୍ବପ୍ନେଶ୍ବରୀ ହାଇସ୍କୁଲ,ସଙ୍କୁରୁ ଶ୍ରୀ ଭାଗବତ ସ୍ବାମୀ ହାଇସ୍କୁଲ ଏବଂ ସି କୋର୍ସ ପରୀକ୍ଷାର୍ଥୀ ୭୦ଜଣ ପଞ୍ଜିକୃତ କରିଥିବା ବେଳେ ୧୧ଜଣ ଅନୁପସ୍ଥିତ ରହି ଅବଶିଷ୍ଟ ୫୯ ଜଣ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା କଥା କେନ୍ଦ୍ରର ସୁପରିଷ୍ଟେଣ୍ଡ ତଥା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଠାରୁ ପ୍ରକାଶ । ଏହି କେନ୍ଦ୍ରକୁ ଏ.ବି.ଓ ପ୍ରମୋଦ କୁମାର ସେନାପତି ଓ ରବିନ୍ଦ୍ର ନାଥ ବରିହା ସୂଚାରୁରୂପେ ସୁପରିଚାଳନା କରିଥିଲେ । ବର୍ତ୍ତମାନ ପରିକ୍ଷା ଫଳାଫଳକୁ ଅପେକ୍ଷା କରିଥିବା ବେଳେ ଆସନ୍ତା ୧୧ତାରିଖ ଠାରୁ ଖାତା ଦେଖା ଆରମ୍ଭ ହେବ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।
ସରିଲା ଅଫଲାଇନ୍ ମେଟ୍ରିକ୍ ପରୀକ୍ଷା,୭୦ରୁ ୧୧ ଅନୁପସ୍ଥିତ: ୧୧ ତାରିଖରୁ ଖାତା ଦେଖା ଆରମ୍ଭ
Share with