Home Breaking News / ତାଜା ଖବର ରାସ୍ତା କଡ ଛାଡି ଗୋପବନ୍ଧୁ ପରିବା ମାର୍କେଟରେ ବ୍ୟବସାୟୀ କରିବାକୁ ପରାମର୍ଶ

ରାସ୍ତା କଡ ଛାଡି ଗୋପବନ୍ଧୁ ପରିବା ମାର୍କେଟରେ ବ୍ୟବସାୟୀ କରିବାକୁ ପରାମର୍ଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ)ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ବ୍ୟବସାୟ ନଗରୀ ମୁନିଗୁଡା ସଦର ମହକୁମାରେ ଥିବା ଗୋପବନ୍ଧୁ ଦୈନିକ ପରିବା ମାର୍କେଟଟି ବର୍ଷାଦିନେ ଉଭୟ ବେପାରୀ ଓ ଖାଉଟିଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି।ଫଳରେ କିଛି ପରିବା ବ୍ୟବସାୟୀ ମୁନିଗୁଡା ବଡ଼ଦାଣ୍ଡର ମୁଖ୍ୟ ରାସ୍ତା କଡରେ ପରିବା ବେପାର ଆରମ୍ଭ କରି ଦେଇଥିଲେ।ଆଉ କିଛି ବେପାରୀ ଗୋପବନ୍ଧୁ ପରିବା ମାର୍କେଟର କାଦୁଅ ମଧ୍ୟରେ ବେପାର କରି ବସି ରହିଥିଲେ ସୁଧା ସେଠାକୁ ଖାଉଟି ଯାଉ ନଥିଲେ।ଏଥିପାଇଁ ସେମାନଙ୍କ ବେପାର ଉପରେ ଏହାର ପ୍ରଭାବ ପଡୁଥିଲା।ଏନେଇ କିଛି ବ୍ୟବସାୟୀ ବିଭିନ୍ନ ସମୟରେ ସେମାନଙ୍କ ଅସନ୍ତୋଷ ସ୍ଥାନୀୟ ସରପଞ୍ଚ,ବିଡ଼ିଓ,ତହସିଲଦାର,ଆଇଆଇସି ଓ ଗଣମାଧ୍ୟମକୁ ଅବଗତ କରାଇ ଏହାର ପ୍ରତିକାର ପାଇଁ ନିବେଦନ କରିଥିଲେ।ଆଜି ମୁନିଗୁଡା ପରିବା ବ୍ୟବସାୟୀ ସଂଘ ସଭାପତି ଗିରିଧର ସାହୁ,ସମ୍ପାଦକ ରାଜେନ୍ଦ୍ର କୁଶୁଲିଆ,ପୂର୍ବତନ କୋଷାଧ୍ୟକ୍ଷ ଏନ.ପ୍ରଭାତ ସୁବୁଦ୍ଧି ଏବିଷୟକୁ ନେଇ ତହସିଲଦାର ଡ଼. ଦେବାଶିଷ ଗୌଡ଼,
ଆଇଆଇସି ସୁଜ୍ଞାନୀ ସାହୁ,ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ, ଯୁବ ସାମ୍ବାଦିକ ପ୍ରସାଦ ସାହୁକାର, ଓଡ଼ିଶା ହାଲଚାଲ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପାତ୍ରଙ୍କ ସହିତ ପରିବା ମାର୍କେଟ ପରିସରରେ ଆଲୋଚନା କରିବା ପରେ ସ୍ଥିର ହେଲାଯେ ଦୁଇଦିନ ମଧ୍ୟରେ ପଂଚାୟତ ତରଫରୁ ପରିବା ମାର୍କେଟ ମଧ୍ୟରେ ଥିବା ରାସ୍ତାକୁ ଯାତାୟାତ ଉପଯୋଗୀ କରାହେବ,ଡ଼ଷ୍ଟବିନ ବ୍ୟବସ୍ଥା ମଧ୍ୟ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ହେବ,ବ୍ୟବସାୟୀ ସଂଘ ସେମାନଙ୍କ ମଧ୍ୟରେ ଆଲୋଚନା କରି କିପରି ସମସ୍ତ ବ୍ୟବସାୟୀ ଗୋପବନ୍ଧୁ ପରିବା ମାର୍କେଟ ମଧ୍ୟରେ ବ୍ୟବସାୟ କରିବା ସହିତ ପରିବେଶକୁ ସ୍ୱସ୍ଥ ଓ ନିର୍ମଳ ରଖିବେ ସେଥିପାଇଁ ଏକ ଲିଖିତ ରେଜୁଲେସନ ପାସ କରି ଏହାର କପି ପଂଚାୟତ,ତହସିଲ,ବ୍ଲକ ଓ ଥାନାକୁ ଦେବେ।ଯେଉଁ ବ୍ୟବସାୟୀ ସଂଘ କଥା ନମାନି ରାସ୍ତା କଡ ସରକାରୀ ଜାଗା ଉପରେ ପରିବା ବ୍ୟବସାୟ କରିବ ଆଇନ ଅନୁଯାୟୀ ପ୍ରଶାସନ ଓ ସଂଘ ତରଫରୁ ଜୋରିମାନା ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର କରାଗଲା।ଏହି ଆଲୋଚନାରେ ସଂଘ ପଦାଧିକାରୀଙ୍କ ସହିତ ବ୍ୟବସାୟୀ ସଂଗ୍ରାମ ବାଡ଼ତ୍ୟା,ଗଜମନ କୁଶୁଲିଆ,ଶୁଶାନ୍ତ ପରିଡା,ତରଣୀ କୁଶୁଲିଆ ପ୍ରମୁଖ ଅନେକ ଉପସ୍ଥିତ ରହି ଆଲୋଚନାରେ ଭାଗ ମତ ରଖିଥିଲେ।

related posts

Leave a Comment