କଙ୍କଡାହାଡ଼(ନବକିଶୋର ସାହୁ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଙ୍କଡାହାଡ଼ ବ୍ଲକ କଣ୍ଟାପାଳ ଖେସରl ଜଙ୍ଗଲରୁ କଣ୍ଟାପାଳ ଗାଁ ଆଡକୁ ଆସି ଗୋଟିଏ କୁଟୁରାର ମୃତ୍ୟୁ ହୋଇଛି l କୁଟୁରା ଟି ଜଳ ଅନ୍ୱେଷଣ ରେ ନିକଟରେ ଥିବା ଜନବସତି ଆଡ଼କୁ ଆସିଥିବା ବେଳେ ବୁଲା କୁକୁର ଙ୍କ ହାବୁଡ଼ରେ ପଡିଯାଇଥିଲା l ଫଳରେ କୁକୁର ଙ୍କ ସଙ୍ଘବଧ ଆକ୍ରମଣ ରେ କୁଟୁରା ଟି କ୍ଷତ ବିକ୍ଷତ ହୋଇ ନିକଟରେ ଥିବା ଜଣେ ଗ୍ରାମବାସୀ ଙ୍କ ଘରେ ପଶିଯାଇଥିଲା l ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ବନବିଭାଗ ପହଞ୍ଚି ଆହତ କୁଟୁରା କୁ କଙ୍କଡାହାଡ଼ ପ୍ରାଣୀ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ସେଠାରେ ତାରମୃତ୍ୟୁ ହୋଇଥିଲା ବୋଲି ରେଞ୍ଜର ବିଭୂଦାନନ୍ଦ ମିଶ୍ର କହିଥିବା ବେଳେ ବନବିଭାଗ ତରଫରୁ କୁଟୁରା ଟିର ପୋଷ୍ଟମର୍ଟମ କରାଯାଇଥିବା ବେଳେ କୁଟୁରା ଟି ର ଆନୁମାନିକ ବୟସ ତିନି ରୁ ଚାରି ବର୍ଷ ହେବ ବୋଲି ଅନୁମାନ କରାଯାଉଛି l ଏ ନେଇ କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟ ବିକ୍ରମ ତରାଇ କହିଛନ୍ତି କୁଟୁରା ଟି କୁ କେହି ବାଡେଇ ଦେଇଛି ଫଳରେ ତାର ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ଯୋଗୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି lକାହାକଥା ସତ ।
ଜଙ୍ଗଲୀ ଜନ୍ତୁ ଏବେ ବିପଦରେ: କଣ୍ଟାପାଳ ଗାଁ ନିକଟରେ କୁଟୁରା ମୃତ
Share with
previous post