Home Breaking News ବାଇକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ଅମ୍ବାଦଳାବାଇକ ଦୃଘଟଣା ରେ ଜଣେ ବୃଦ୍ଧ ଙ୍କ ମୃତ ହୋଇଥିବା ଜଣାପଡିଛି ବୃଦ୍ଧ ଜଣଙ୍କ ହେଲେ ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ସୁନ୍ଦରମଲ କରକରିଆ (୮୦) ।ସୁନ୍ଦରଲାଲ ପିଡ଼ିଏସ ଚାଉଳ ପାଇଁ ପଞ୍ଚାୟତ କୁ ଯାଉଥିବା ସମୟରେ ଇଚ୍ଛାପୁର ପଞ୍ଚାୟତ ରଣସାପଦର ଗ୍ରାମର ସୁଶାନ୍ତବାଗ କୌଣସି କାମରେ ଅମ୍ବାଦଳା ବଜାର ଯାଇ ନିଜ ବାଇକ ଯୋଗେ ଫେରୁଥିବା ସମୟରେ ବୃଦ୍ଧ ଙ୍କ ସହ ଧକା ହୋଇଥିଲା ଯାହା ଫଳରେ ସେହି ସ୍ଥାନରେ ବୃଦ୍ଧ ସୁନ୍ଦରଲାଲ ଙ୍କ ମୃତ୍ୟୁ ହେବା ସହ ବାଇକ ଆରୋହି ସୁଶାନ୍ତ ଆହତ ହୋଇଥିଲା। ଗ୍ରାମର ଉତ୍ୟକ୍ତ ଲୋକ ବାଇକ ଆରୋହି କୁ ଅଟକ ରଖି କ୍ଷତିପୂରଣ ଦାବି କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଅମ୍ବାଦଳା ପୁଲିସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଆହତ କୁ ଆମୁଲାନ୍ସ ଯୋଗେ ମୁନିଗୁଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛନ୍ତି। ସବ ବ୍ୟବଛେଦ ପାଇଁ ପଠାଇବା ସହ ଅମ୍ବାଦଳା ପୁଲିସଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

related posts

Leave a Comment