Home Breaking News / ତାଜା ଖବର ପୋଲିସକୁ ଲୁଚାଇ ଶବ ପୋଡି ଦେଲେ

ପୋଲିସକୁ ଲୁଚାଇ ଶବ ପୋଡି ଦେଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଯୁବତୀର ସନ୍ଦେହଜନକମୃତ୍ୟୁପରେ ପରିବାର ଲୋକେ ପୋଲିସକୁ ଲୁଚାଇଶବକୁ ଗ୍ରାମର କିଛି ଲୋକଙ୍କୁ ଧରି ପୋଡି ଦେବା ଘଟଣା ଜଣାପଡିବା ପରେ ଏହାକୁ ନେଇ ଚର୍ଚାଯୋର ଧରିଛି । ଏତଲା ପାଇନଥିବା କହି ପୋଲିସ ଜାଣିଶୁଣି ଚୁପ ବସିଥିବା ଘଟଣା ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।
ଏଭଳି ଏକ ଘଟଣା ଫିରିଙ୍ଗିଆ ଥାନା ଅନ୍ତର୍ଗତ ରତଙ୍ଗ ଅଞ୍ଚଳରୁ ପଦାକୁ ଆସିଛି । ଗ୍ରାମର ସୁବୋଧ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ୧୮/୧୯ ବର୍ଷର ଝିଅ କୌଣସି କାରଣରୁ କୁଆଡେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ତେବେ ପରିବାର ଲୋକେ ପୋଲିସକୁ ଜଣାଇବା କଥା କିନ୍ତୁ ନଜଣାଇରସିଖୋଲି ଶବକୁ ପୋଡିଦେଇଥିବା ଅଭିଯୋଗ ହେଉଛି । ହେଲେ ଯୁବତୀ ଜଣକ କାହିକି କଣ ପାଇଁ ଓ କେଉଁ କାରଣରୁ ଆତ୍ମହତ୍ୟା କଲା, ନା ଆତ୍ମହତ୍ୟା କରିବାକୁ କେହି ବାଧ୍ୟ କରିଥିଲା ନା ତାଙ୍କୁ ମାରିଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ । ହେଲେ ଏଫଆଇଆର ନାରେ ଫିରିଙ୍ଗଆ ପୋଲିସ ଘଟଣାକୁ ଜାଣିଶୁଣି ଚପାଇଦେବାକୁ ଉଦ୍ୟମ କରୁନାହିଁ ତ?
ପୋଲିସ ନିଜେ ମଧ୍ଯ ଘଟଣାର ତଦନ୍ତ କରିପାରିବ ଓ ସତ୍ୟାସତ୍ୟ ଥିଲେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ହେଲେ ପୋଲିସର କାର୍ଯ୍ୟକଳାପ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଭାଗୀୟ ଏସପି ଏଥିପ୍ରତି ଦୃଷ୍ଟି ଦେଇ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ଜରୁରୀ।

related posts

Leave a Comment