କଙ୍କଡ଼ାହାଡ଼(ନବକିଶୋର ସାହୁ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଛକ ନିକଟରେ ଆଜି ମଧ୍ୟାନ ପ୍ରାୟ ୨ଟା ୪୫ ବେଳକୁ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକା ଜାତୀୟ ରାଜପଥ ୧୪୯ ଉପରେ ହୋଇଥିଲା ଯାହାଫଳରେ ଘଟଣା ସ୍ଥଳରେ ଜଣେ ବାଇକ ଆରୋହି ବିରିବୋଲେଇ ଗାଁର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାଙ୍କର (୬୨ବର୍ଷ)ମୃତ୍ୟୁ ହୋଇ ଯାଇଥିଲା ବେଳେ ଅନ୍ୟ ବାଇକ ରେ ଥିବା ଆରୋହି ଗୁରୁତର ଅବସ୍ଥାରେ ପଡ଼ିଥିଲେ ଗୁରୁତର ବ୍ୟକ୍ତି କେଉଁ ମେଡ଼ିକାଲ କୁ ଚିକିତ୍ସା ହେବା ପାଇଁ ଯାଇଛନ୍ତି କିଛି ସୂଚନା ମିଳି ପାରି ନାହିଁ ।ପୋଲିସ ଘଟଣା ସ୍ଥଳକୁ ଯିବା ସମୟରେ ଆହତ ହେଇଥିବା ବ୍ୟକ୍ତି ମାନେ ବାଇକ ଛାଡି କେଉଁ ଆଡେ ଯାଇଛନ୍ତି ପୋଲିସ ପାଖରେ ସୂଚନା ନାହିଁ ।ସୂଚନା ଅନୁସାରେ ମୃତ ବିରିବୋଲାଇ ଗାଁ ର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ ତାଳଚେର ମେଡ଼ିସିନ ପାଇଁ ଯାଇଥିଲେ ମେଡ଼ିସିନ ନେଇ ଘରକୁ ଫେରୁଥିଲେ ଅନ୍ୟ ବାଇକ ରେ ଥିବା ବ୍ୟକ୍ତି ଗତରେଇ ଆଡୁ ତାଳଚେର ଆଡ଼କୁ ଯାଉଥିଲା ସମୟ ରେ ଭେଜିଆ ଛକ ନିକଟରେ ମୁହାଁ ମୁହିଁ ଧକା ହେଇଥିଲା।ପ୍ରତିବାଦରେ ଜାତୀୟ ରାଜପଥ ୧୪୯ ଅବରୋଧ କରିଛନ୍ତି । ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଘଟଣା ସ୍ଥଳକୁ ପହଂଚି ଲୋକଙ୍କୁ ବୁଝା ଶୁଝା କରି ରାସ୍ତା ରୋକ କୁ ହଟାଇଥିଲେ ପୋଷ୍ଟ ମର୍ଟମ ପାଇଁ ପରଜଙ୍ଗ ମେଡ଼ିକାଲ କୁ ପଠା ଯିବା ସହିତ ଅଧିକ ତଦନ୍ତ ଜାରି ରହିଅଛି ବୋଲି ପାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି ।
ଭେଜିଆ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ ଜଣେ ଗରୁତର ପ୍ରତିବାଦରେ ଜାତୀୟ ରାଜପଥ ୧୪୯ ଅବରୋଧ
Share with
previous post