Home Breaking News / ତାଜା ଖବର ଟୋକିଓ ଅଲିମ୍ପିକ୍ସର ଯନ୍ତ୍ରଣାର କାହାଣୀ : ସେମି ମୁକାବିଲାରେ ଦାନ୍ତରେ କାମୁଡୁଥିଲେ କାଜାଖସ୍ତାନ ରେସଲର, ବେକ ଛାଡିଲେନି ରବି ଦହିୟା, ମ୍ୟାଚ୍ ଜିତିନେଲେ

ଟୋକିଓ ଅଲିମ୍ପିକ୍ସର ଯନ୍ତ୍ରଣାର କାହାଣୀ : ସେମି ମୁକାବିଲାରେ ଦାନ୍ତରେ କାମୁଡୁଥିଲେ କାଜାଖସ୍ତାନ ରେସଲର, ବେକ ଛାଡିଲେନି ରବି ଦହିୟା, ମ୍ୟାଚ୍ ଜିତିନେଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବର୍ତମାନ ସାରାଦେଶ ଟୋକିଓ ଅଲିମ୍ପିକ୍ସର ପଦକ ବିଜୟ ଉତ୍ସବରେ ମାତି ଯାଇଛି । ଏହା ମଧ୍ୟରେ ରେସଲିଂରେ ଦେଶ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି । ରବି ଦହିୟା ରେସଲିଂ ଫାଇନାଲକୁ ପ୍ରବେଶ କରିଛନ୍ତି । ହେଲେ ସେମି ଫାଇନାଲ ମ୍ୟାଚରେ ଏପରି ଏକ କଳା କାହାଣୀ ରହିଛି ଯାହା ପ୍ରତି ସାରାଦେଶବାସୀଙ୍କ ନଜର ଯାଉନି । ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ ହେଉଛି ।
ଟୋକିଓ ଅଲିମ୍ପିକ୍ସର ରେସଲିଂ ସେମି ଫାଇନାଲରେ ଭାରତର ରବି ଦହିୟାଙ୍କ ଟକ୍କର ହୋଇଥିଲା କାଜଖସ୍ତାନର ରେସଲର ନୁରିସଲ ସନାୟେବଙ୍କ ସହିତ । ହେଲେ ମ୍ୟାଚରେ ୭-୯ରେ ପଛୁଆ ରହିଥିଲେ ରବି ଦହିୟା । ଏହି ସମୟରେ ରବି ନୁରିସଲଙ୍କ ବେକକୁ ନିଜ ହାତରେ ଜୋରରେ ଧରିଥିଲେ । ରବିଙ୍କ ପାଂସରୁ ଖସିବାକୁ କାଜାଖସ୍ତାନ ରେସଲର ରବିଙ୍କ ଡାହାଣ ହାତକୁ ଜୋରରେ କାମୁଡି ଧରିଥିଲେ । ଟୋକିଓ ଅଲିମ୍ପିକ୍ସରେ ଏପରି ଅଣଖେଳୁଆଡ ଆଚରଣ କରି ରବିଙ୍କ ହାତର ଫାସରୁ ଖସିବାକୁ ଉଦ୍ୟମ କରୁଥିଲେ କାଜାଖସ୍ତାନ ରେସଲର । ଯନ୍ତ୍ରଣା ଭିତରେ ରବି କୁମାର କିନ୍ତୁ କାଜାଖସ୍ତାନ ରେସଲରଙ୍କୁ ଛାଡି ନଥିଲେ । ଶେଷରେ ରବି କୁମାର ଦହିୟା ସେମି ଫାଇନାଲରେ ବିଜୟୀ ହୋଇଥିଲେ । ମ୍ୟାଚ୍ ଜିତିବା ପରେ ରବି ଦହିୟା ଯେତେବେଳେ ରେସଲିଂ ରିଙ୍ଗରେ ଠିଆ ହୋଇଥିଲେ ତାଙ୍କ ଡାହାଣ ହାତରେ , କାଜାଖସ୍ତାନ ରେସଲରଙ୍କ ଏହି ଦାନ୍ତ କାମୁଡା ଦାଗ ସ୍ପଷ୍ଟ ବାରି ହୋଇଯାଉଥିଲା । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ସାରାଦେଶରେ କାଜାଖସ୍ତାନ ରେସଲରଙ୍କ ଏପରି ଆଚରଣ ପାଇଁ କଡା ସମାଲୋଚନା କରାଯାଉଛି । ଅଲିମ୍ପିକ୍ସ ପରେ କ୍ରୀଡାର ମହାକୁମ୍ଭରେ ଜଣେ ରେସଲରଙ୍କ ଏପରି ଅଣଖେଳୁଆଡ ମନୋଭାବକୁ ସାରାଦେଶବାସୀ ନିନ୍ଦା କରିଛନ୍ତି । କ୍ରିକେଟର ବୀରେନ୍ଦ୍ର ସେହବାଗ ଏହାକୁ ଟୁଇଟ୍ କରିବା ସହ ରବିଙ୍କ ଲଢୁଆ ପଣକୁ ସାବାସୀ ଦେଇଛନ୍ତି । କାଜାଖସ୍ତାନ ରେସଲରଙ୍କ ଏପରି ଘୃଣ୍ୟ କାମକୁ ନିନ୍ଦା କରିଛନ୍ତି ।

related posts

Leave a Comment