Home Breaking News / ତାଜା ଖବର ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅନିୟମିତତା: କାର୍ଯ୍ୟନୁଷ୍ଠାନ ଦାବି କଲେ ଗ୍ରାମବାସୀ

ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟାପକ ଅନିୟମିତତା: କାର୍ଯ୍ୟନୁଷ୍ଠାନ ଦାବି କଲେ ଗ୍ରାମବାସୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି): ସରକାରଙ୍କ ଦ୍ଵାରା ଜନସାଧାରଣ ତଥା ଗ୍ରାମାଞ୍ଚଳ ମାନଙ୍କ ରେ ବସବାସ କରୁଥିବା ଲୋକଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ର ବ୍ୟୟ ବରାଦ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀ ଙ୍କ ପାଇଁ ଉନ୍ନୟନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜାଜେସ ପଙ୍ଗା ପଞ୍ଚାୟତ ରେ ମରାମତି ହୋଇ ଥିବା ପୋଖରୀ ରୁ ସ୍ବଷ୍ଟ ବାରି ହୋଇଛି, ଏଠାରେ ସୂଚନା ଫଳକ ନଥିବାରୁ ଏହା କେଉଁ ଅନୁଦାନ ରୁ କେତେ ଅର୍ଥ ମଞ୍ଜୁରୀ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଏହି ପଞ୍ଚାୟତ ରେ ହେଉଥିବା ସମସ୍ତ କାର୍ଯ ପିଇଓ ନିଜେ ଠିକାଦାର ସାଜି ନିଜର ଟ୍ରାକ୍ଟର,ଜେସିବି, ମେସିନ୍ ମାଧ୍ୟମରେ କରୁଥିବା କାର୍ଯ୍ୟ କୁ ନାପସନ୍ଦ କରିଛନ୍ତି ଗ୍ରାମ ବାସୀ,ତେବେ ମେସିନ୍ ମାଧ୍ୟମରେ କାର୍ଯ୍ୟ କରାଯାଉଥିବା ଯୋଗୁ ପଞ୍ଚାୟତର ଶ୍ରମିକ କାମ ପାଉନାହାନ୍ତି, ଏହି ପଞ୍ଚାୟତ ରେ ଥିବା ୨ ନମ୍ବର ୱାର୍ଡର ପିଅନ ପଡା ଠାରେ ଥିବା ପୋଖରୀ ରେ ବାହାରୁ ମାଟି ଆଣି ନାମକୁ ମାତ୍ର ପକାଯାଇଥିବା ବେଳେ ଏହାର ପଙ୍କୋଦ୍ଧାର ମଧ୍ୟ କରାଯାଇନାହିଁ। ପୁର୍ବରୁ ଏହି ପୋଖରୀ ମାନଙ୍କ ରେ ଲୋକ ମାନଙ୍କ ବ୍ୟବହାର ଉପଯୋଗୀ ହେଉଥିବା ବେଳେ ବର୍ତ୍ତମାନ ତାହା ଅନୁପଯୋଗୀ ହୋଇଛି, ସେହିଭଳି ପଞ୍ଚାୟତ ର ଉପର ଦାମିଙ୍ଗିଆ, ଇର୍ପିପାଙ୍ଗା, ବୃତି ପଡ଼ା ପୋଖରୀ ମରାମତି କାର୍ଯ୍ୟ ମଧ୍ୟ ସମାନ ଢଙ୍ଗରେ ଅନିୟମିତତା ହୋଇଛି ,ଏବାବଦ ରେ ଦାୟିତ୍ବ ରେ ଥିବା ଯନ୍ତ୍ରୀ ସୁନିଲ କୁମାର ପାତ୍ର ଙ୍କୁ ପଚାରିବାରୁ ସମସ୍ତ କାର୍ଯ୍ୟ ଠିକ୍ ଥିବା ଏବଂ ସୁଚନା ଫଳକ ଲାଗିଥିବା କଥା ଯୋର୍ ଦେଇ କହିଥିବା ବେଳେ ଗ୍ରାମ ବାସୀ ଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଗ୍ରାମ ବାସୀ ଙ୍କ ଅଭିଯୋଗ ପ୍ରକାରେ ଏଠାରେ କାର୍ଯ୍ୟ ରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ସାହୁ ଙ୍କ ଯୋଗ ଦାନ ଠାରୁ ଏହି ପଞ୍ଚାୟତ ରେ ବିକାଶ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହେଉଥିବା କହିଛନ୍ତି, । ତେବେ ଏ ସମ୍ପର୍କରେ ଫିରିଙ୍ଗିଆ ବିଡ଼ିଓ ରଶ୍ମୀରଂଜନ ମହନ୍ତ ଙ୍କୁ ପଚାରିବାରୁ ସେହି ଭଳି କିଛି ଦୁର୍ନୀତି ହୋଇନାହିଁ ସବୁ ଠିକ୍ ଥିବା କହିଛନ୍ତି । ଏହାର ସଠିକ ତଦନ୍ତ କରିବା ସହିତ ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗ୍ରାମ ର ବିଦେଶୀ ବେହେରା, ନିଳାମ୍ବର ବେହେରା, ଉଗ୍ରସେନ ବେହେରା , ଦିଲିପ ବାଘ,ବସନ୍ତ ବେହେରା, ବୃନ୍ଦାବନ କର୍ଣ୍ଣ, ପ୍ରମୋଦ ବେହେରା ନରେଶ କହଁର,ସୁସାନ୍ତ କହଁର ଙ୍କ ସମେତ ଗ୍ରାମ ର ଅନ୍ୟ ମାନେ ଦାବି କରିଛନ୍ତି।

related posts

Leave a Comment