କାଶୀନଗର(ପ୍ରଶାନ୍ତ ସାହୁ): ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ରେ ବିଜେଡ଼ି କୁ ସୁଦୃଢ କରାଯିବା ସହ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି ବାଜିମାତ କରିବ ବୋଲି ସୂଚନା ପ୍ରଦାନ କରିଛନ୍ତି।
ଆଜି ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟ ସାଚି ନାୟକ ତାଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ସାରି ଗଜପତି ଜିଲ୍ଲାରେ ଦଳୀୟ ସଂଘଟାନ ମଜବୁତ୍ କରିବା କୁ ଆସିଥିଲେ।ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ବସନ୍ତ ଦାସ ଲକ୍ଷ୍ମୀକାନ୍ତ ପରିଛା ଯୁବ ସଭାପତି ଏସ ଲିଙ୍ଗରାଜ। କାଶୀନଗର ଟାଉନ୍ ସଭାପତି ରଘୁରାମ ସାହୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗବରା ତିରୁପତି କେ ମଧୁ ଏମ୍ ସୁଧା ରାଣୀ ଏମ୍ ପ୍ରବୀଣ କୁମାର, ପଦ୍ମିନୀ ସାହୁ କାଶୀନଗର ବ୍ଲକ୍ ର କତାଗୁଡ଼ା ଘାଟି ଠାରୁ ପର୍ଯ୍ୟବେକ୍ଷକ ଅତନୁ ଙ୍କୁ ସ୍ଵାଗତ କରି ଆଣିଥିଲେ। ସେଠାରୁ କାଶୀନଗର ବ୍ଲକ୍ ର ଖାରଡା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ସମସ୍ତ କର୍ମୀ ଓ ନେତା ମାସ୍କ ପିନ୍ଧିବାକୁ କୁହା ଯାଇଥିଲା।ଖାରଡ଼ା ଠାରେ ଅନୁଷ୍ଟିତ ବୈଠକ ରେ ସାଂସଦ ଶ୍ରୀ ସାହୁ ସଭାପତିତ୍ବ କରିଥିଲେ।ପାରଳା ରାଜକୁମାରୀ ସୁଶ୍ରୀ କଲ୍ୟାଣୀଦେବୀ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀ ତିରୁପତି ପାଣିଗ୍ରାହୀ ଯୁବ ବିଜେଡ଼ି ନେତା ରୂପେଶ୍ ପାଣିଗ୍ରାହୀ ଯୁବ ନେତା ଗବରା ତିରୁପତି ଅଖିଳ ପାତ୍ର ସି ଏଚ୍ଛ ଲୋକନାଥ ଖାରଡ଼ା ସରପଞ୍ଚ ଲୋକେଶ ଅନ୍ୟାନ୍ୟ ପଞ୍ଚାୟତ ର ବହୁ କର୍ମୀ ବିଜେଡ଼ି ରେ ସାମିଲ ହୋଇଥିଲେ।ନବୀନ ଙ୍କ ସ୍ୱଚ୍ଚ ଶାସନ ସାଂସଦ ଙ୍କ ସାଙ୍ଗଠନିକ ଦକ୍ଷତା କୁ ପାଥେୟ କରି ଓ ଶ୍ରୀ ତିରୁପତି ପାଣିଗ୍ରାହୀ ଙ୍କ ସମର୍ଥକ ମାନେ ଏହି ସମାବେଶ ଯୋଗଦେଇ ଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତେ ଧ୍ୟାନ ରଖିବା ସହ କାମ କରି ନବୀନ ବାବୁ ଙ୍କ ହାତ ମୁଠାକୁ ଟାଣ କରିବାକୁ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଜଣସାଧାରଣ ଯୋଗଦେଇ ଥିଲେ l କୋଭିଡ କଟକଣା କୁ ନମାନି ବହୁ ସଂଖ୍ୟାରେ ଜଣସାଧାରଣ ଯୋଗଦେଇଥିବା ବାହାରେ ଆଲୋଚନା ଚାଲିଛି lସରକାର ଙ୍କ କୋଭିଡ ଗାଇଡଲାଇନ ଉଲ୍ଲଘଂନ କରି ଭୋଜି କରିଥିଲେ ସମାବେଶ କରାଯଇଥିଲା l ଶାସକ ଦଳ ଏପରି ଆଚରଣକୁ ବ୍ଲକ ଅଧ୍ୟକ୍ଷ ଚିତ୍ରି ସୀମାଦ୍ରୀ ପ୍ରତିବାଦ କରିଥିଲେ l
କାଶୀନଗର ବ୍ଲକରେ ବିଜୁ ଜନତାଦଳର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ
Share with
previous post