Home Breaking News / ତାଜା ଖବର ଯନ୍ତ୍ରୀଙ୍କ ବଦଳୀ ପାଇଁ ବିଧାୟକଙ୍କ ଚିଠିର ମାସେ ହେଲାଣି, ବଦଳୀ କେବେ ?

ଯନ୍ତ୍ରୀଙ୍କ ବଦଳୀ ପାଇଁ ବିଧାୟକଙ୍କ ଚିଠିର ମାସେ ହେଲାଣି, ବଦଳୀ କେବେ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ପୂର୍ତ୍ତ ବିଭାଗ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଇଂ ସରୋଜ ପାଢି ଙ୍କ ବିରୁଦ୍ଧରେ ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ଅନ୍ୟତ୍ର ବଦଳୀ ଦାବୀ କରି ଫୁଲବାଣୀ ବିଧାୟକ
ଅଙ୍ଗଦ କହଁର ମୁଖମନ୍ତ୍ରୀଙ୍କୁ ଚିଠି ଲେଖିବାର ମାସେ ହେଲାଣି ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣାସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
I ସହ କ।ରି ଯନ୍ତ୍ରୀ ଇଂ ସରୋଜ କୁମାର ପାଢୀ ଦୀର୍ଘ ୧୦ ବର୍ଷର ଉର୍ଦ୍ଧ୍ଵ ହେଲା ଫୁଲ ବ।ଣୀ ରେ ରହି ନାନା ଦୁର୍ନିତି , ଅନିୟମିତତା, ଓ ଅର୍ଥ ହେରଫେର କରିଥିବା ଅ।ହୁରି ଅଭିଯୋଗ ହୋଇଆସୁଛି । ।ଠିକାଦାରମାନଙ୍କୁ ଅଧିକ ପିସି ପାଇବ। ପାଇଁ ଜାଣିଶୁଣି ହଇରାଣ ହରକତ ମଧ୍ୟ କରୁଥିବା ଚିଠିରେ ଉଲ୍ଲେଖ କରିଥିଲେ ବିଧାୟକ ।
ସେହିପରି ତାଙ୍କ ବିରୁଦ୍ଧରେ ଫୁଲ ବାଣୀ ଟାଉନଥାନାରେ ଠିକାଦ।ରମାନଙ୍କ ସହ ମାରପିଟନେଇ ଅନେକ ଫୌଜଦାରୀ ମାମଲା ରହିଥିବା ବିଧାୟକ କହଁର ଚିଠିରେ ଉଲ୍ଲେଖ କରିଥିଲେ ମଧ୍ଯ ଏ ଯାଏ କୌଣସି ତଦନ୍ତ ହୋଇଛି ନା ବାବୁଙ୍କବଦଳୀ ହୋଇଛି ତାକୁ ନେଇ ଏବେ ଚର୍ଚାଯୋର ଧରିଛି ।
ଯନ୍ତ୍ରୀ ଜଣଙ୍କକୁ ଆଡେ କିଛି ପ୍ରଭାବଶାଳୀ ଠିକାଦାରଙ୍କୁ ଧରି ତାଙ୍କ ସପକ୍ଷରେ ଚିଠି ଲେଖି ରହିବାଲାଗି ଚକ୍ରାନ୍ତ ଚଳାଇ ଥିବା ଶୁଣିବାକୁ ମିଳୁଛି ।
ତେବେ ଏହି ଯନ୍ତ୍ରୀ ଜଣକ ବିରୁଦ୍ଧରେ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ମଧ୍ୟ ମାମଲା ରୁଜ୍ଜୁ ହୋଇଥିଲା। ପିସି କ।ରବାରକୁ ନେଇ ଇତିମଧରେ ଅନେକ ଥର ପାଟି ତୁଣ୍ଡ ମାରଧରମଧ୍ଯ ହୋଇ ଛି।ଯନ୍ତ୍ରୀଙ୍କ ଦୁର୍ନିତୀ କାରବାର ସଂପର୍କରେ ଜାଣି ମଧ୍ୟ କିଏ କାହିକି ଓ କଣ ପାଇଁ ଏଠାକୁ ତାଙ୍କୁ ପୁଣି ଦ୍ୱିତୀୟଥର ପାଇଁ ପୋଷ୍ଟିଙ୍ଗ କଲା ଜଣ।ପଡିନଥିଲେ ବି ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଙ୍କ ବାହୁ ଛାୟା ତଳେ ରହି ସେ ଖୋଲାଖୋଲି ଦୁର୍ନିତୀଚଳାଇଥିବା ଶୁଣିବାକୁ ମିଳୁଛି ।
କେବଳ ଏହି ଜଣେ ଯନ୍ତ୍ରୀ ନୁହନ୍ତି ବିଭାଗରେ ତଳୁ ଉପର ଯାଏ ଚାଲିଥିବା ଅସରନ୍ତି ଦୁର୍ନିତୀ, ଅନିୟମିତତା ଓ ଅର୍ଥ ହେରଫେର ଘଟଣାରଭିଜିଲାନ୍ସ ତଦନ୍ତ କରାଗଲେ
ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।

related posts

Leave a Comment