Home Breaking News / ତାଜା ଖବର ଟୋକିଓରୁ ପୁଣି ଆସିଲା ପଦକ, ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଂଜ ଜିତିଲା ଭାରତ

ଟୋକିଓରୁ ପୁଣି ଆସିଲା ପଦକ, ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିରେ ବ୍ରୋଂଜ ଜିତିଲା ଭାରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲିମ୍ପିକ୍ସରୁ ଭାରତକୁ ମିଳିଛି ପଂଚମ ପଦକ । ଅଲିମ୍ପିକ୍ସ ହକିରେ ଭାରତ ହକିରେ ଜିତିଛି ବ୍ରୋଂଜ ମେଡାଲ । ଆଜି ଖେଳାଯାଇଥିବା ବ୍ରୋଂଜ ମେଡାଲ ମ୍ୟାଚରେ ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି । ଶେଷ କ୍ୱାର୍ଟର ସୁଦ୍ଧା ଭାରତ ୫-୪ ଗୋଲରେ ଆଗୁଆ ରହିଥିଲା । ତେବେ ଶେଷ ୧ ମିନିଟରେ ଭାରତ ବିପକ୍ଷରେ ଜର୍ମାନୀ ପେନାଲଟି କର୍ଣ୍ଣର ହାସଲ କରି ସମସ୍ତଙ୍କ ହୃଦ ସ୍ପନ୍ଦନ ବଢାଇ ଦେଇଥିଲା । ହେଲେ ଭାରତୀୟ ଗୋଲ କିପର ପିଆର ଶ୍ରୀଜେସ୍ ଜର୍ମାନୀର ପେନାଲ୍ଟି ଆକ୍ରମଣକୁ ପ୍ରତିହତ କରି ଶେଷ କିଛି ସେକେଣ୍ଡ ଆଗରୁ ଭାରତକୁ ଦେଇଥିଲେ ଐତିହାସିକ ବିଜୟ । ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଅଲିମ୍ପିକ୍ସ ବ୍ରୋଂଜ ମେଡାଲ ହାସଲ କରିଥିଲା । ଭାରତ ପକ୍ଷରୁ ସିମରନଜିତ୍ ୨ଟି ଗୋଲ୍ ସ୍କୋର କରିଥିଲେ । ସେହିପରି ହାର୍ଦ୍ଦିକ, ହରମନପ୍ରୀତ୍ ଏବଂ ରୂପିନ୍ଦର ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ । ଫଳରେ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ବ୍ରୋଂଜ ମେଡାଲ ଜିତି ପାରିଛି ।
୪ ଦଶନ୍ଧୀ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମି ଫାଇନାଲକୁ ପ୍ରବେଶ କରି ପରାସ୍ତ ହେବା ପରେ ଏହି ବ୍ରୋଂଜ ମେଡାଲ ମ୍ୟାଚ୍ ଖେଳିଥିଲା । ୧୯୮୦ ମସିହାରେ ଭାରତୀୟ ପୁରୁଷ ହକି ଦଳ ମସ୍କୋ ଅଲିମ୍ପିକ୍ସରେ ଶେଷ ବ୍ରୋଂଜ ପଦକ ଜିତିଥିଲା ।

related posts

Leave a Comment