Share with
ଟୋକିଓ ଅଲିମ୍ପିକ୍ସରେ ଆଉ ଜଣେ ଭାରତୀୟ ରେସଲର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ରବି ଦହିୟା ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ବୁଲଗେରିଆର ଜିଓରୋଗି ଭାଲେଂଟିନୋଭଙ୍କୁ ୧୪-୪ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରୁ ସେମି ଫାଇନାଲକୁ ପ୍ରବେଶ କରିଛନ୍ତି । ରବି ଦହିୟାଙ୍କ ଏହି ବିଜୟ ଫଳରେ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା ପୁଣି ବଢିଛି ।