Home Breaking News / ତାଜା ଖବର ଓଏସଏସସି ଦୁର୍ନିତୀ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ରାଲି ଓ ବିକ୍ଷୋଭ

ଓଏସଏସସି ଦୁର୍ନିତୀ ବିରୋଧରେ ବିଜେପି ଯୁବମୋର୍ଚ୍ଚାର ରାଲି ଓ ବିକ୍ଷୋଭ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ରାଜ୍ୟ ସରକାରଙ୍କ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଦୁର୍ନୀତି ତଥା ଓଡ଼ିଶା ଷ୍ଟାଫ ସିଲେକ୍ସନରେ ହୋଇଥିବା ମହା ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ଯୁବମୋର୍ଚ୍ଚା, କନ୍ଧମାଳ ଶାଖା ତରଫରୁ ବୁଧବାରଏକ ରାଲି ଓ ବିକ୍ଷୋଭ କରାଯାଇଥିଲା.
ଏହି ଶୋଭାଯାତ୍ରା ଦିନ ୧୧.୩୦ ମିନିଟ ସମୟରେ ମାଦିକୁନ୍ଦା ଛକ ଫୁଲବାଣୀ, ଠାରୁ ବାହାରି ମୁଖ୍ୟ ବଜାର ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଚାକିରୀ ଦେବା ପାଇଁ ସରକାରୀ କର୍ମଚାରୀଙ୍କ ଦୁର୍ନିତୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେବଳ ଜଣେ ଛୋଟିଆ କର୍ମଚାରୀକୁ ଧରି ଏକ ମହାଦୁର୍ନିତୀ କୁଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ। ଏଥିରେ ଜଡିତବଡ଼ ବଡ଼ିଆଙ୍କ ବିରୋଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି ଯୁବମୋର୍ଚା ।
ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ସୁଧାଂଶୁ ଗୁରୁଙ୍କ ନେତୃତ୍ଵରେଏହି ବିକ୍ଷୋଭରେ ବରୀଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ସଂପାଦକ ରମେଶ ମହାନ୍ତି, ବିଜେପି ଯୁବମୋର୍ଚା
ର ସାଧାରଣ ସଂପାଦକ ବିଶ୍ଵରଂଜନ ଦାସ, ଗୋଲକ କହଁର, ପୁର୍ବତନ ଜିଲ୍ଲା ସଦ୍ଭାପତି ଲିଙ୍ଗରାଜ ଦଳବେହେରା ପ୍ରମୁଖ-ଉପସ୍ଥିତ ରହି ଏହି ଦୁର୍ନିତୀର ସିବିଆଇ ତଦନ୍ତ ଦା ବୀ କରିଥିଲେ । ଏହି ଅବସରରେମୁଖ୍ୟମନ୍ତ୍ରୀଙ୍କ ଏକ କୁଶପୁତ୍ତଳିକା ଦାହ କରିଥିଲେ ।

related posts

Leave a Comment