Home Breaking News / ତାଜା ଖବର ସାବାସ ଲଭଲିନା, ଟୋକିଓରେ ଦେଶ ପାଇଁ ଜିତିଲେ ବ୍ରୋଂଜ ମେଡାଲ

ସାବାସ ଲଭଲିନା, ଟୋକିଓରେ ଦେଶ ପାଇଁ ଜିତିଲେ ବ୍ରୋଂଜ ମେଡାଲ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏବେ ସାରା ଦେଶବାସୀଙ୍କ ମୁହଁରେ ଗୋଟିଏ ନାଁ । ଲଭଲିନା ବୋରଗୋହେଁ । ଟୋକିଓ ଅଲିମ୍ପିକ୍ସ ମହିଳା ବକ୍ସିଂରେ ଆସାମର ଝିଅ ଲଭଲିନା ଜିତିଛନ୍ତି ବ୍ରୋଂଜ ମେଡାଲ । ଆଜି ଖେଳାଯାଇଥିଲା ଅଲିମ୍ପିକ୍ସ ସେମି ଫାଇନାଲ ମୁକାବିଲା । ସକାଳ ୧୧ ଟାରେ ଭାରତର ଲଭଲିନା ବୋରଗୋହେଁ ତୁର୍କୀର ବୁସେନାଜ ସୁରମେନେଲିଙ୍କୁ ଭେଟିଥିଲେ । କଡା ମୁକାବିଲା ଭିତରେ ୫-୦ ବାଉଟରେ ଜିତି ଫାଇନାଲକୁ ଯାଇଥିଲେ ତୁର୍କୀର ବୁସେନାଜ । ତୁର୍କୀର ଏହି ଖେଳାଳି ବିଶ୍ୱ ଚାମ୍ପିଅନ ଅଟନ୍ତି । ତଥାପି ତାଙ୍କ ବିପକ୍ଷରେ ନିଜର ଦମ୍ ଲଗାଇ ଦେଇ ଅଲିମ୍ପିକ୍ସରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଲଭଲିନା । ଲଭଲିନା ବକ୍ସିଂରେ ବ୍ରୋଂଜ ଜିତିବା ପରେ ଚଳିତ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ତୃତୀୟ ବ୍ରୋଂଜ ମେଡାଲ ମିଳିଛି । ମୀରାବାଇ ଚାନୁ, ପିଭି ସିନ୍ଧୁଙ୍କ ପରେ ଲଭଲିନା ବୋରଗୋହେଁ ଅଲିମ୍ପିକ୍ସ ବ୍ରୋଂଜ ମେଡାଲ ଜିଣି ଟୋକିଓରେ ତ୍ରିରଙ୍ଗା ଉଡାଇଛନ୍ତି ।

related posts

Leave a Comment